www.samajalive.in
Thursday, December 11, 2025
14.1 C
Bhubaneswar

ପୂର୍ବତନ ନୌସେନା ଅଧିକାରୀ ବିଜୟ ପଟେଲଙ୍କ ପରଲୋକ

ସମ୍ବଲପୁର – ସମ୍ବଲପୁର ମାଝିପାଲି ନିବାସୀ ତଥା ପୂର୍ବତନ ନୌସେନା ଅଧିକାରୀ ବିଜୟ ପଟେଲ (କ୍ୟାପଟେନ) ଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ନୂଆପଡା ଜିଲାର ରାଜଖରିଆର ମୂଳ ନିବାସୀ ସ୍ୱର୍ଗତ ପଟେଲ ୟୁସିଇ, ବୁର୍ଲା (ସମ୍ବଲପୁର) ର ପୂର୍ବତନ ଛାତ୍ର ଥିଲେ । ବହୁମୁଖୀ ପ୍ରତିଭାର ଧନୀ ସ୍ୱର୍ଗତ ପଟେଲ ଇଞ୍ଜିନିୟରିଂ କଲେଜର ଛାତ୍ର ସଂସଦର ସଭାପତି, କଲେଜର ହକି, ଭଲିବଲ ଓ ବାସ୍କେଟବଲ ଦଳର କ୍ୟାପଟେନ ରହିବା ସହିତ ଜଣେ ମେଧାବୀ ଛାତ୍ର ଥିଲେ ।

ସ୍ୱର୍ଗତ ପଟେଲ ଇଞ୍ଜିନିୟରିଂ କଲେଜର ଏକମାତ୍ର ଛାତ୍ର ଯିଏ କି ତାଙ୍କର ପାଠପଢ଼ା ଶେଷ ହେବାର ୧ ବର୍ଷ ପୂର୍ବରୁ ଭାରତୀୟ ନୌସେନାରେ କ୍ୟାମ୍ପସ ଚାକିରି ପାଇବା ସହିତ ପାଠପଢ଼ା ସମୟରୁ ହିଁ ତାଙ୍କୁ ବେତନ ପ୍ରଦାନ କରାଯାଉଥିଲା । ସେ ଭାରତୀୟ ନୌସେନାରୁ କ୍ୟାପଟେନ ରୂପେ ଅବସର ଗ୍ରହଣ କରିବା ପରେ ସମ୍ବଲପୁରର ମାଝିପାଲି ଠାରେ ରହି ଆସୁଥିଲେ । କିଛି ଦିନ ତଳେ ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ତାଙ୍କର ପରଲୋକ ହୋଇଯାଇଛି । ସେ ତାଙ୍କର ପଛରେ ଧର୍ମପତ୍ନ ଚିତ୍ର ପଟେଲ, ୨ ଝିଅ ଓ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି । ସ୍ଥାନୀୟ ରାଜଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମେଳାପୀ, ପରୋପକାରୀ, ମିଷ୍ଟଭାଷୀ ସ୍ୱର୍ଗତ କ୍ୟାପଟେନ ପଟେଲଙ୍କ ମୃତ୍ୟୁ ଖବର ମିଳିବା ପରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories