www.samajalive.in
Monday, December 8, 2025
16.1 C
Bhubaneswar

ଆରବିଆଇକୁ ସୁପ୍ରିମକୋର୍ଟର ପ୍ରଶ୍ନ: ବ୍ୟାଙ୍କ କାହିଁକି ସୁଧ ହାର ହ୍ରାସ କରୁନାହାନ୍ତି?

ନୂଆଦିଲ୍ଳୀ: ଆରବିଆଇର ସୁଧ ହାର ଘୋଷଣା ସତ୍ତେ୍ୱ ବାଣିଜ୍ୟିକ ବ୍ୟାଙ୍କ ସୁଧ ହାର ହ୍ରାସ କରୁନାହାନ୍ତି। ତେଣୁ ସୁଧ ହାର ହ୍ରାସର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେମାନେ କାହିଁକି ସୁଧ ହାର ହ୍ରାସ କରୁନାହାନ୍ତି ଏବଂ ଏ କ୍ଷେତ୍ରରେ ଆରବିଆଇ କଣ ପଦକ୍ଷେପ ନେଇଛି ସେ ବିଷୟରେ ସୁପ୍ରିମକୋର୍ଟ ଆରବିଆଇକୁ ପ୍ରଶ୍ନ କରିଛନ୍ତି। ମନି ଲାଇଫ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ଆବେଦନକାରୀ ଦର୍ଶାଇଥିଲେ ଯେ ଆରବିଆଇର ନୂଆ ସୁଧ ହାର ଘୋଷଣା ପରେ ନୂଆ ଋଣ ଗ୍ରହୀତାଙ୍କ ପାଇଁ ବ୍ୟାଙ୍କମାନେ କମ୍‍ ସୁଧରେ ଋଣ ଦେଉଛନ୍ତି। କିନ୍ତୁ ତା ପୂର୍ବରୁ ଋଣ ନେଇସାରିଥିବା ଗ୍ରାହକଙ୍କୁ କୌଣସି ରିହାତି ମିଳୁନି। ଏ ସମ୍ପର୍କରେ ଆବେଦନକାରୀ ଆରବିଆଇକୁ ପତ୍ର ଲେଖି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଯଦି ସୁଧ ହାରରେ ୧% ହ୍ରାସ ଘଟେ ଏବଂ ଗ୍ରାହକଙ୍କୁ ତାହାର ଫାଇଦା ନ ମିଳେ ତେବେ ବ୍ୟାଙ୍କର ସାମଗ୍ରିକ ଲାଭ ୧୦ ହଜାର କୋଟି ଟଙ୍କା ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories