ନୂଆଦିଲ୍ଳୀ: ଆରବିଆଇର ସୁଧ ହାର ଘୋଷଣା ସତ୍ତେ୍ୱ ବାଣିଜ୍ୟିକ ବ୍ୟାଙ୍କ ସୁଧ ହାର ହ୍ରାସ କରୁନାହାନ୍ତି। ତେଣୁ ସୁଧ ହାର ହ୍ରାସର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେମାନେ କାହିଁକି ସୁଧ ହାର ହ୍ରାସ କରୁନାହାନ୍ତି ଏବଂ ଏ କ୍ଷେତ୍ରରେ ଆରବିଆଇ କଣ ପଦକ୍ଷେପ ନେଇଛି ସେ ବିଷୟରେ ସୁପ୍ରିମକୋର୍ଟ ଆରବିଆଇକୁ ପ୍ରଶ୍ନ କରିଛନ୍ତି। ମନି ଲାଇଫ୍ ଫାଉଣ୍ଡେସନ୍ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ଆବେଦନକାରୀ ଦର୍ଶାଇଥିଲେ ଯେ ଆରବିଆଇର ନୂଆ ସୁଧ ହାର ଘୋଷଣା ପରେ ନୂଆ ଋଣ ଗ୍ରହୀତାଙ୍କ ପାଇଁ ବ୍ୟାଙ୍କମାନେ କମ୍ ସୁଧରେ ଋଣ ଦେଉଛନ୍ତି। କିନ୍ତୁ ତା ପୂର୍ବରୁ ଋଣ ନେଇସାରିଥିବା ଗ୍ରାହକଙ୍କୁ କୌଣସି ରିହାତି ମିଳୁନି। ଏ ସମ୍ପର୍କରେ ଆବେଦନକାରୀ ଆରବିଆଇକୁ ପତ୍ର ଲେଖି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଯଦି ସୁଧ ହାରରେ ୧% ହ୍ରାସ ଘଟେ ଏବଂ ଗ୍ରାହକଙ୍କୁ ତାହାର ଫାଇଦା ନ ମିଳେ ତେବେ ବ୍ୟାଙ୍କର ସାମଗ୍ରିକ ଲାଭ ୧୦ ହଜାର କୋଟି ଟଙ୍କା ହେଉଛି।
ଆରବିଆଇକୁ ସୁପ୍ରିମକୋର୍ଟର ପ୍ରଶ୍ନ: ବ୍ୟାଙ୍କ କାହିଁକି ସୁଧ ହାର ହ୍ରାସ କରୁନାହାନ୍ତି?
Popular Categories



