www.samajalive.in
Saturday, December 6, 2025
19.1 C
Bhubaneswar

ପୁଲିସ୍‍ ହେପାଜତରେ ଆମ୍ରପାଲି ଗ୍ରୁପର ୩ ନିର୍ଦେଶକ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ପୁଲିସ୍‍ ଆମ୍ରପାଲି ଗ୍ରୁପର ୩ ଜଣ ନିର୍ଦେଶକଙ୍କୁ ହେପାଜତକୁ ନେଇଛି। ବାରମ୍ବାର ତାଗିଦା ପରେ ବି ଦସ୍ତାବିଜ୍‍ ଦାଖଲରେ ଆମ୍ରପାଲି ଗ୍ରୁପ୍‍ ବିଳମ୍ବ କରିବାରୁ ସର୍ବୋଚ୍ଚ ଅଦାଲତ କ୍ଷୋଭ ପ୍ରକାଶ କରିବା ସହ ନିର୍ଦେଶକଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ। ଦସ୍ତାବିଜ୍‍ ଦାଖଲ କରିବା ପର୍ଯ୍ୟନ୍ତ ଆମ୍ରପାଲିର ନିର୍ଦେଶକମାନେ ପୁଲିସ୍‍ ହେପାଜତରେ ରହିବେ ବୋଲି ଅଦାଲତ କହିଛନ୍ତି। ଆମ୍ରପାଲି ରିୟଲ ଇଷ୍ଟେଟ ଗ୍ରୁପ୍‍ର ନିର୍ଦେଶକ ଅନୀଲ କୁମାର ଶର୍ମା, ଶିବ ପ୍ରିୟା ଏବଂ ଅଜୟ କୁମାର ପୁଲିସ ହେପାଜତରେ ଅଛନ୍ତି। ପ୍ରକାଶଯୋଗ୍ୟ ଯେ ଆମ୍ରପାଲି ଗ୍ରୁପର ଅନେକ ପ୍ରକଳ୍ପ କାର୍ଯ୍ୟ ଅଧା ଖଣ୍ଡିଆ ହୋଇ ପଡ଼ି ରହିଥିବାରୁ ନିବେଶକଙ୍କ ଅର୍ଥ ଫସି ରହିଛି। ମଙ୍ଗଳବାର ସୁପ୍ରିମକୋର୍ଟ ଆମ୍ରପାଲି ଗ୍ରୁପ୍‍ ଡେଭଲପରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ କୋର୍ଟ ସହ ଲୁଚକାଳି ଖେଳନାହିଁ। ଯେ ପର୍ଯ୍ୟନ୍ତ ଦସ୍ତାବିଜ୍‍ ଦାଖଲ କରିନାହଁ, ସେ ପର୍ଯ୍ୟନ୍ତ ନିର୍ଦେଶକମାନେ ପୁଲିସ୍‍ ହେପାଜତରେ ରହିବେ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ସୁପ୍ରିମ କୋର୍ଟ ଋଣ ଆଦାୟ ଟ୍ରାଇବ୍ୟୁନାଲ (ଡିଆରଟି)ଙ୍କୁ ଆମ୍ରପାଲି ଗ୍ରୁପ୍‍ର ୧୬ଟି ସମ୍ପତ୍ତି ନିଲାମ ଅବା ବିକ୍ରି କରିବାକୁ ନିର୍ଦେଶ ଦେଇଥିଲେ। ଏହି ୧୬ଟି ସମ୍ପତ୍ତି ବିକ୍ରି ଦ୍ୱାରା ୧୬୦୦ କୋଟି ଟଙ୍କା ସଂଗ୍ରହ କରିହେବ ବୋଲି ଆକଳନ କରାଯାଇଛି। ସମ୍ପତ୍ତି ବିକ୍ରି ଅର୍ଥ ଦ୍ୱାରା ଅଧା ପଡିଥିବା ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣ କରିବା ପାଇଁ ଧ୍ୟାନ ଦେବାକୁ କୋର୍ଟ କହିଥିଲେ। ଏନେଇ ସମସ୍ତ ଦସ୍ତାବିଜ୍‍ ଡିଆଟିଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ ଆମ୍ରପାଲି ଗ୍ରୁପ୍‍ର ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ନିର୍ଦେଶକମାନେ ଦସ୍ତାବିଜ୍‍ ଦାଖଲ ନକରି ସମୟ ଗଡ଼ାଇ ଚାଲିଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories