www.samajalive.in
Tuesday, December 9, 2025
16.1 C
Bhubaneswar

ଲାଞ୍ଜିଗଡ ଓ ଜଗନ୍ନାଥପୁର ରାସ୍ତାରେ ଖାଇ

ଲାଞ୍ଜିଗଡ଼:ଏହି କିଛିଦିନ ଧରିି ଲାଞ୍ଜିଗଡ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି। ଲାଞ୍ଜିଗଡ ବନ୍ଧପାରୀକୁ ସଂଯୋଗ କରୁଥିବା ରାସ୍ତା ଲେପଟାଗୁଡା ନିକଟରେ ବିିଚ୍ଛିନ୍ନ ହୋଇଯାଇଥିବା ବେଳେ ଲାଞ୍ଜିଗଡ ଠାରୁୁ ବନ୍ଧପାରୀ, ମୁଷାନାଳ ଆଦି ଅଞ୍ଚଳକୁ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଲାଞ୍ଜିଗଡ ଠାରୁ ଜଗନ୍ନାଥପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବଂଶଧାରନଦୀ ପୋଲ ପାଖରେ ରାସ୍ତା କଡରେ ଏକ ବିରାଟ ଖାଇ ସୃଷ୍ଟି ହୋଇଥିବା ବେଳେ ଏହି ରାସ୍ତାଦେଇ ଯାତାୟତ କରୁଥିବା ଭାରିଯାନ ଗୁଡିକ ପାଇଁ ସମସ୍ୟା ସୃଷ୍ଟି କରିଛି।

 

- Advertisement -

ଏହି ରାସ୍ତାଦେଇ ତ୍ରୀଲୋଚନପୁର, ବିଜେପୁର ତଥା ରାୟଗଡା ଜିଲା କଲ୍ୟାସିଂପୁର ବ୍ଲକକୁ ସିଧାସଳଖ ଯୋଗାଯୋଗ ଥିବା ବେଳେ ବେଦାନ୍ତ ଲିଃର ଷ୍ଟାଫ କଲୋନି,ବେଦାନ୍ତ ଡିଏଭି ଇଣ୍ଟନ୍ୟାସନାଲ ସ୍କୁଲ ଭଳିଗୁରୁତ୍ୱପୁର୍ଣ୍ଣ ଗନ୍ତବ୍ୟ ପଥ ରହିଛି ତେବେ ଏହି ରାସ୍ତା କଡରେ ଖାଇ ସୃଷ୍ଟି ହେବା ସହିତ ଧିରେ ଧିରେ ଏହା ରାସ୍ତାକୁ ନଷ୍ଟ କରୁଥିବା ହେତୁ ଏହି ରାସ୍ତାଦେଇ ଚାରିଚକିଆ ଯାନ,ଭାରିଯାନ ଓ ସ୍କୁଲ ବସ ଗୁଡିକ ଯାତାୟତ କରିବାରେ ସମସ୍ୟା ଦେଖାଦେଇଛି । ବିପଦ ଶଙ୍କୁଳ ଏହି ରାସ୍ତା ବିପଦକୁ ହାତ ଠାରି ଡାକୁଥିବା ବେଳେ ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହାର ସ୍ଥାୟୀ ମରାମତି କରିବାକୁ ଅଞ୍ଚଳବାସିଙ୍କ ତରଫରୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories