www.samajalive.in
Sunday, December 7, 2025
26.1 C
Bhubaneswar

ପାଣି ସ୍ରୋତରେ ଆସୁଥିବା କାଠ ସଂଗ୍ରହ ପାଇଁ ଯାଇ ଭାସିଗଲେ ଯୁବକ, ମୃତ ଘୋଷଣା କଲେ ଡାକ୍ତର

ସଇଁତଲା/ବଡ଼ମାଲ: ବଲାଙ୍ଗିର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ବୁଢାବାହାଲ ପଞ୍ଚାୟତ ଧୁମାପାଲି ଗ୍ରାମର ଜଣେ ଯୁବକଙ୍କ ପାଣିରେ ବୁଡି ମୃତ୍ୟୁବରଣ ହୋଇଥିବା ଜଣାପଡିଛି। ପୁଲିସର ସୂଚନା ମୁତାବକ ଧୁମପାଲି ଗ୍ରାମର ଭୀମସେନ ନାଗଙ୍କ ପୁଅ ମନୋଜ ନାଗ (୨୪) ଆଜି ସକାଳୁ ପାଇକସମରା ଗ୍ରାମ ନିକଟରେ ଥିବା ଖର୍ଲିଜୋର ବ୍ରିଜ ନିକଟକୁ କିଛି ଭାସୁଥିବା କାଠ ସଂଗ୍ରହ କରିବାକୁ ଯାଇଥିଲେ। ଗତ କାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ଉକ୍ତ ବ୍ରିଜ ଉପରେ ପାଣି ଆସୁଥିବାବେଳେ କାଠ ମଧ୍ୟ ଭାସିଆସୁଥିଲା। କାଠ ଆଣିବାକୁ ମନୋଜ ଯାଇଥିବାବେଳେ ପାଣିର ସ୍ରୋତରେ ସେ ଭାସିଯାଇଥିଲେ। ଖବର ପାଇ ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଇଁନ୍ତଲା ପୁଲିସ ଡାକ୍ତରଖାନାରେ ପହଁଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇଥିବା ଜଣାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories