www.samajalive.in
Monday, December 15, 2025
16.1 C
Bhubaneswar

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଉତ୍ସବର ଶୁଭାରମ୍ଭ

ନବରଙ୍ଗପୁର : ଜିଲାର ସର୍ବପୁରାତନ ନବରଙ୍ଗପୁର ମହାବିଦ୍ୟାଳୟର ୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ଚଳିତ ବର୍ଷ ସୁବର୍ଣ୍ଣଜୟନ୍ତୀ ଉତ୍ସବ (୫୦ବର୍ଷ) ପାଳନ କରାଯିବ। ଏହି ଅବସରରେ ଆଜି ଅପରାହ୍ନରେ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟ ଗଭର୍ଣ୍ଣିଂବଡିର ସଭାପତି ଅତିରିକ୍ତଜିଲାପାଳ ଭାସ୍କର ରଇତ ଅଧ୍ୟକ୍ଷତା କରିଥିଲେ। ଏହି ମହାବିଦ୍ୟାଳୟ ଗତବର୍ଷ ୫୦ବର୍ଷପୂର୍ତ୍ତୀ ହୋଇଥିବାବେଳେ କରୋନା କାରଣରୁ ଏହା ପାଳନ କରାଯାଇପାରିନଥିଲା। ତେବେ ଚଳିତବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ ବୋଲି ଘୋଷଣା କରିଥିଲେ। ମହାବିଦ୍ୟାଳୟର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ମାକର ସାହୁ ଯୋଗଦେଇ ଜିଲାର ଏହି ପୁରାତନ ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପ୍ରତି ସମସ୍ତେ ଉଦ୍ୟମ କରିବାକୁ କହିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କରନାଥ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରି ମହାବିଦ୍ୟାଳୟର ଇତିହାସ ସଂପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ପ୍ରଥମସମ୍ପାଦକ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ.ରାଧାନାଥ ବେହେରା,ଅସୀତ କୁମାର ପଟ୍ଟନାୟକ ଓ ୱାଇ. ଭେଙ୍କେଟେଶ୍ୱରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ ମଞ୍ଚାସୀନ ରହିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ , ପୁରାତନ ଛାତ୍ରଛାତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ଏହି ଅବସରରେ ପୂର୍ବାହ୍ନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥୀ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଦେଇ ଏହାର ଉଦ୍‍ଘାଟନ କରିଥିଲେ। ଏଥିରେ ୨୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ। ପରେ ମହାବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀପ୍ରଧାନୀ ଚାରାରୋପଣ କରିଥିଲୋ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଥିଲେ। ତେବେ ଏହି ସୁବର୍ଣ୍ଣଜୟନ୍ତୀର ମୁଖ୍ୟଉତ୍ସବ ଆସନ୍ତା ଡିସେମ୍ବର ମାସରେ ଚାରିଦିନ ଧରି ପାଳନ କରାଯିବାକୁ ସ୍ଥିର କରାଯାଇଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories