www.samajalive.in
Sunday, December 14, 2025
26.1 C
Bhubaneswar

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖା ପକ୍ଷରୁ ଆଲୋଚନା ଚକ୍ର

କଣ୍ଟାବାଞ୍ଜି: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖା ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଏକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶାଖାର ସଭାପତି ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ‘ଗୁରୁ ଗୋବିନ୍ଦାୟ ନମଃ’ବିଷୟ ଉପରେ ଆଲୋଚିକା ଭାବେ ଶିଶୁ ସାହିତ୍ୟିକା ତଥା ଶାଖାର ସହ ସମ୍ପାଦିକା ସୁଶ୍ରୀ ସବିତା ଭୋଇ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ସଂଯୋଜନାରେ ପରିଚାଳିତ ସଭାରେ ସର୍ବ ପ୍ରଥମେ ବଲାଙ୍ଗୀର ଶାଖାର ବରିଷ୍ଠ ସଭ୍ୟ ଶ୍ରୀ ରାମଚନ୍ଦ୍ର ପଟେଲଙ୍କ ॐ କାର ଧ୍ୱନି ଇଚ୍ଚାରଣରେ ସଭା ଆରମ୍ଭ ହୋଇଥିଲା।ତାପରେ ସଭ୍ୟା ସୁଶ୍ରୀ ସଞ୍ଜୁକ୍ତା ପରିଛ୍ଛା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ରାଜ୍ୟ ସଂଗଠନ ସମ୍ପାଦକ ନାରାୟଣ ନାୟକ,ସନ୍ତୋଷ କୁମାର ମହାପାତ୍ର, ଡ.ସୂର୍ୟ୍ୟ ନାରାୟଣ ପଣ୍ଡା ନିଜ ନିଜର ମତବ୍ୟକ୍ତ କରିଥିଲେ।ପରିଶେଷରେ ଶାଖାର ସମ୍ପାଦକ ଶ୍ରୀ ଧର୍ମବ୍ରତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ୟ୍ୟକ୍ରମରେ ସତ୍ୟାନନ୍ଦ ବିଶ୍ୱ।ଳ,ଡ.ଅଶୋକ ସେଠୀ,କସ୍ତୁରୀ ରଥ,ସୁରୁଚୀ ମିଶ୍ର, ହେମନ୍ତ ମୁଣ୍ଡ, ସଞ୍ଜୁକ୍ତା ପାଣିଗ୍ରାହୀ, ଶାନ୍ତି ମେହେର, ପ୍ରତିମା ମେହେର,ପ୍ରେମଲତା ଦାଶ,ରଙ୍କମଣି ବାରିକ,ମମତା ପାତ୍ର,ଗୁଣନିଧି ନାଏକ,ମୁରଲୀଧର ଶିକା,ଅଞ୍ଜଳି ପଟ୍ଟନାୟକ ଆଦି ଯୋଗ ଦେଇଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories