ନାଗରପାଳ ବିଦ୍ୟାଳୟ : ୫ ଶ୍ରେଣୀ ପାଇଁ ୨ଟି ଶ୍ରେଣୀ ଗୃହ

ଝୁମ୍ପୁରା : ସଂପ୍ରତି ସରକାର ୬ ରୁ ୧୪ ବର୍ଷର ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ କରିବାର ବ୍ୟବସ୍ଥା କରିଛନ୍ତି । ସବୁ ବର୍ଗର ପିଲା ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ପାଠ୍ୟ ଉପକରଣ ସହିତ ପୋଷକ, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି । ବିଦ୍ୟାଳୟ ଗୁଡିକରେ ଉପସ୍ଥାନ ବୃଦ୍ଧି କରିବା ପାଇଁ ସରକାର ତରଫରୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାର ବ୍ୟବସ୍ଥା କରିଛନ୍ତି । ସରକାରୀ ବିଦ୍ୟାଳୟ ଗୁଡିକର ସବୁ ବ୍ୟବସ୍ଥା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ପିଲାମାନଙ୍କ ଶିକ୍ଷାଦାନରେ ଘୋର ଅସୁବିଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଝୁମ୍ପୁରା ବ୍ଲକ ନାଗରପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ଏହି  ବିଦ୍ୟାଳୟର ଗୋଟିଏ ଶ୍ରେଣୀର ପିଲା ବାରଣ୍ଡାରେ ପାଠପଢୁଥିବ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲା ମାନେ ପାଠପଢୁଛନ୍ତି । ୫ଟି ଶ୍ରେଣୀ ପାଇଁ ୨ଟି ଶ୍ରେଣୀ ଗୃହ ରହିଛି। ବିଦ୍ୟାଳୟରେ ବର୍ତ୍ତମାନ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ୩ ଜଣ ଶିକ୍ଷକ ରହିଛନ୍ତି । ୩ ଜଣ ଶିକ୍ଷକ ମାନଙ୍କ ପାଇଁ ୨ ଟି ଶ୍ରେଣୀ ଗୃହ ରହିଥିବାରୁ ୩ ଜଣ ଶିକ୍ଷକ କିପରି ୨ଟି ଶ୍ରେଣୀରେ ଶିକ୍ଷାଦାନ କରିବେ। ଏଣୁ ଗୋଟିଏ ଶ୍ରେଣୀର ପିଲାଙ୍କୁ ବାରଣ୍ଡାରେ ବସାଇ ଶିକ୍ଷାଦାନ କରିବାର ବ୍ୟବସ୍ଥା ହୋଇଛି । ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ରହିଥିବା ସମ୍ପର୍କରେ ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନକୁ ଅବଗତ କରିବା ସହିତ ସ୍ଥାନୀୟ ସିଆରସିସିଙ୍କ ଜରିଆରେ ଗୋଷ୍ଠି ଶିକ୍ଷାଅଧିକାରୀଙ୍କୁ ଅବଗତ କରାଯାଇଛି। ପ୍ରଶାସନ ପାଖକୁ ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହି ବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ଅତିରିକ୍ତ ଶ୍ରେଣୀ ଗୃହ ମିଳିନଥିବାରୁ ପିଲାମାନେ ବାରଣ୍ଡାରେ ପାଠପଢୁଛନ୍ତି । ଏହି ବିଦ୍ୟାଳୟଟି ଉଖୁଣ୍ଡା ଝୁମ୍ପୁରା ରାସ୍ତା କଡରେ ରହିଥିବାରୁ ସଦା ସର୍ବଦା ରାସ୍ତାରେ ଗାଡି ମଟର ଯାତାୟତ କରୁଛି । ପିଲାମାନେ ବାରଣ୍ଡାରେ ବସୁଥିବାରୁ ରାସ୍ତାରେ ଗାଡି ମଟର ଶଦ୍ଦ ଶୁଣି ଅନ୍ୟ ମନଷ୍କ ହୋଇ ପଡୁଛନ୍ତି । ତା ସହିତ ବିଦ୍ୟାଳୟ ସମ୍ମୁଖ ଭାବରେ ପୂର୍ବରୁ ପାଚେରୀ ନିର୍ମାଣ ହୋଇଥିଲା। ରାସ୍ତା ନିର୍ମାଣ ସମୟରେ ରାସ୍ତାକୁ ଉଚ୍ଚା କରାଯାଇଥିବାରୁ ବର୍ତ୍ତମାନ ପାଚେରୀ ଟି ରାସ୍ତା ଠାରୁ ମାତ୍ର ଦୁଇ ଫୁଟ ଉଚ୍ଚା ହୋଇଥିବାରୁ ବିଦ୍ୟାଳୟ ପରିସରକୁ ବୁଲା ଗାଈ ଛେଳି ପଶି ବିଦ୍ୟାଳୟ ପରିସର ମଧ୍ୟରେ ଲାଗିଥିବା ଫୁଲ ଗଛଠାରୁ ଠାରୁ ଅନ୍ୟାନ ଗଛ ଗୁଡିକୁ ନଷ୍ଟ କରିଦେଉଛନ୍ତି । ଏଣୁ ଏହି ବିଦ୍ୟାଳୟକୁ ତୁରନ୍ତ ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଇ ଦେବା ସହିତ ସ୍କୁଲର ସମ୍ମୁଖ ଭାଗ ପାଚେରୀ ଉଚ୍ଚା କରିବା ଦିଗରେ ବ୍ଲକ ପ୍ରଶାସନ ସ୍ୱତନ୍ତ ଭାବରେ ଦୃଷ୍ଟି ଦେଲେ ପିଲା ମାନେ ଭଲଭାବେ ପାଠ ପଢିପାରିବେ ।

kalyan agarbati

Comments are closed.