www.samajalive.in
Saturday, December 6, 2025
15.1 C
Bhubaneswar

ଦେଶରେ ଚିହ୍ନଟ ହେଲେ ଆଉ ୧୬,୬୭୮ ନୂଆ ଆକ୍ରାନ୍ତ ; ୨୬ ମୃତ

ନୂଆଦିଲ୍ଲୀ : ଦେଶରେ ପୁଣି ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ। ଦିନକରେ ଆଉ ୧୬,୬୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୬,୩୯,୩୨୯କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୪,୬୨୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୯,୮୩,୧୬୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୫୦%। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୨୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୪୫୪ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ଆଉ ୧,୩୦,୭୧୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତହାର ୦.୦୩%। ଦିନକ ଆଗରୁ ଆଉ ୨,୭୮,୨୬୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୬,୬୮,୮୮,୯୮୦ ନମୁନା ପରୀକ୍ଷା କରାଯାଇଛି। ସେହିପରି ଦିନକ ପୂର୍ବରୁ ୧୧,୪୪,୧୪୫ ଟିକା ନେଇଥିବା ବେଳେ ମୋଟ ୧,୯୮,୮୮,୭୭,୫୩୭ ଟିକାକରଣ ହୋଇଛି। ଆଜି ମଧ୍ୟାହ୍ନ ସୁଦ୍ଧା ୨,୩୫,୬୩୧ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories