www.samajalive.in
Saturday, December 6, 2025
16.1 C
Bhubaneswar

କାଦୁଅ ପଚ ପଚ ଧଳପୁର ପଞ୍ଚାୟତ ରାସ୍ତା; ଚାଲିକି ଯିବା କଷ୍ଟ

ହରଭଙ୍ଗା: ରାସ୍ତା, ଘାଟ ନିର୍ମାଣ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ମାତ୍ର ପଂଚାୟତ ଉପକଣ୍ଠର କାଦୁଅ ପଚ ପଚ ରାସ୍ତାକୁ ଲକ୍ଷ୍ୟ କଲେ ଏଠାରେ ସରକାରୀ ଯୋଜନାର ବିଫଳତା ଉପରେ ପ୍ରଶ୍ନ ଉଙ୍କିମାରେ। ଏଭଳି ଏକ ରାସ୍ତାର ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସଦରମହକୁମାରେ। ପୂର୍ତ୍ତ ବିଭାଗ ରାସ୍ତାଠାରୁ ବୁଢିକଣ ପଂଚାୟତ ରାସ୍ତାର ଉନ୍ନତିକରଣ ହୋଇପାରୁନାହିଁ। ଯାହାଫଳରେ ରାସ୍ତାଟି ବର୍ତମାନ ମାଟିରାସ୍ତା ଅବସ୍ଥାରେ ରହିଥିବାରୁ ବର୍ଷାଦିନ ହେଲେ କାଦୁଅ ପଚ ପଚ ଅବସ୍ଥା ଯୋଗୁଁ ଯିବା ଆସିବାରେ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବୁଢିକଣ, କଙ୍କଲା, ସମରକଟା ଭଳି ୩ଟି ଗ୍ରାମର ଲୋକେ ବର୍ଷାଦିନେ ପି.ଡି.ଏସ ସାମଗ୍ରୀ ସଂଗ୍ରହ ପାଇଁ ଯିବା ଆସିବାରେ ହଇରାଣ ହେଉଛନ୍ତି। ତୁରନ୍ତ ଏ ଦିଗରେ ବ୍ଲକ ପ୍ରଶାସନ ଏବଂ ପଂଚାୟତ କର୍ତ୍ତୃପକ୍ଷ ଦୃଷ୍ଟିଦେବା ସହ ତୁରନ୍ତ ପକ୍କାରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପକ୍ଷରୁ ଦାବୀ ହେଉଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories