www.samajalive.in
Friday, December 5, 2025
27.1 C
Bhubaneswar

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅତିରିକ୍ତ ଥାନା ଅଧିକାରୀ

ଉମରକୋଟ : ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୋଲି ଆଜି ଖବର ମିଳିଛି। ପ୍ରାୟ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରାପଡିଛନ୍ତି।
କୌଣସି କେସକୁ ନେଇ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ସିସିଟିଭି କ୍ୟାମେରାକୁ ଏଡାଇବା ପାଇଁ ଥାନା ଠାରୁ କିଛି ଦୂରରେ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଏନେଇ ଖବର ପାଇବା ସହ ତାଙ୍କୁ ଧରିବାରେ ସଫଳ ହୋଇଥିଲା। ଏହାସହ ଟଙ୍କା ମଧ୍ୟ ଜବତ କରିଥିଲା। ଏହି ଟିମରେ ନବରଙ୍ଗପୁର , ମାଲକାନଗିରି ଓ ଜୟପୁର ଭିଜିଲାନ୍ସର ୧୪ ଜଣିଆ ଟିମ୍‍ ସାମିଲ ଥିଲେ। ଘଟଣାର ତଦନ୍ତ ଜାରି ରଖାଯିବା ସହ ଭିଜିଲାନ୍ସ ଟିମ୍‍ ତାଙ୍କୁ ଗିରଫ କରିଛି।

 

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories