www.samajalive.in
Saturday, December 13, 2025
23.1 C
Bhubaneswar

ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ପାଇଁ ପୀଠରେ ସମୀକ୍ଷା କଲେ ବାଲେଶ୍ବର ଆଇଜି ଓ ଭଦ୍ରକ ଏସପି

ଆରଡ଼ି: ଆଖଣ୍ଡଳମଣିଙ୍କ ଚଳିତ ବର୍ଷର ଶ୍ରାବଣୀଯାତ୍ରା ପାଇଁ ପୀଠରେ ସମୀକ୍ଷା କରିଛନ୍ତି ବାଲେଶ୍ବର ଆଇଜି ହିମାଂଶୁ ଲାଲ ଓ ଭଦ୍ରକ ଏସପି ଚରଣ ସିଂ ମୀନା। ପବିତ୍ର ଶ୍ରାବଣୀଯାତ୍ରାରେ ବାବାମଣିଙ୍କୁ ଜଳଲାଗି କରିବା ପାଇଁ ପୀଠକୁ ଆସିବାକୁ ଥିବା ହଜାରହଜାର କାଉଡିଆ ଭକ୍ତଙ୍କ ସୁରକ୍ଷା ନିମନ୍ତେ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର ଓ ମୁଆଁ ଘାଟକୁ ଯାଇ ଜଳପଥ ଓ ସ୍ଥଳପଥର ସୁରକ୍ଷା ନିମନ୍ତେ କ୍ଷେତ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ସେହିପରି କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ୟାରିକେଡ ସହ ଉଜ୍ବଳ ଆଲୋକ ବ୍ୟବସ୍ଥା କରିବା ପାଇଁ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ଏଥିପାଇଁ ପୀଠରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଛି। କରୋନା କଟକଣାର ଦୀର୍ଘ ୨ବର୍ଷ ପରେ ଶ୍ରାବଣୀଯାତ୍ରା ଅନୁଷ୍ଠିତ ହେଉଥିବାରୁ ଚଳିତବର୍ଷ ୫ଟି ପାଳି(ସୋମବାର)ରେ ଜଳଲାଗି ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ଅର୍ଥାତ ଜୁନ ୩୦ରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ କରାଯାଇଥିଲା। ପୀଠରେ ଆଲୋକ, ପାନୀୟଜଳ, ଗମନାଗମନ, ସ୍ୟାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଯାତ୍ରାରେ ସୁବ୍ୟବସ୍ଥା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆଇଜିଙ୍କ ସମୀକ୍ଷାରେ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ଓ ଆରଡି ପୁଲିସ ଉପସ୍ଥିତ ଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories