ଶଂଖାମେରୀରେ ସ୍ୱାସ୍ଥ୍ୟବିଭାଗର ଜନ ଆରୋଗ୍ୟ ସମିତି ଗଠନ ସଭା

ବଡ଼ମ୍ବା: ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଶଂଖାମେରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଏକ ଜନ ଆରୋଗ୍ୟ ସମିତି ଗଠନ ସଭା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନିକଟସ୍ଥ ଗୋପମଥୁରା ଗ୍ରାମପଞ୍ଚାୟତର ସରପଞ୍ଚ ଅଶୋକ କୁମାର ଜଗଦେବ, ମାଣିଆବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଉଦୟରଞ୍ଜନ ଦାଶ, ସାମାଜିକ କର୍ମୀ ମାନସରଞ୍ଜନ ମୁଦୁଲି, ବିଭାଗୀୟ ବିପିଏମ ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟତଃ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ଏହି କାର୍ଯ୍ୟକ୍ରମ ଅନୁଯାୟୀ କିଭଳି ଗ୍ରାମାଞ୍ଚଳରେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଏବଂ ସ୍ୱଚ୍ଛ ଓ ସୁସ୍ଥ ପରିମଳ ବ୍ୟବସ୍ଥା ଉପଲବ୍ଧ ହେବ ସେନେଇ ଏହି ସମିତି କାର୍ଯ୍ୟକରିବ ।

prayash

ସଭା ପ୍ରାରମ୍ଭରେ ଆରୋଗ୍ୟ ସମିତି ଗଠନର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟକାରିତା ଉପରେ ପ୍ରଥମେ ବିଭାଗୀୟ ଅଧିକାରୀ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ବିଶଦଭାବେ ଅବଗତ କରାଇଥିଲେ । ସେହିଭଳି ଶଂଖାମେରୀ ଏବଂ ନିକଟସ୍ଥ ଗୋପମଥୁରା ଏହି ଉଭୟ ଗ୍ରାମପଞ୍ଚୟତକୁ ନେଇ ଏକ କ୍ଲଷ୍ଟର କରାଯାଇଥିବା ବେଳେ ଏହି ଦୁଇ ପଞ୍ଚାୟତ ଅନ୍ତର୍ଗତ ଶଂଖାମେରୀ, କନ୍ତପଡ଼ା, ଗୋପମଥୁରା, ବିଜିପୁର ଏବଂ ବୃନ୍ଦାବନପୁର ଆଦି ଅଞ୍ଚଳର ଲୋମାନେ ଏହି ସୁବିଧା ପାଇବେ ବୋଲି ଆଲୋଚନାରୁ ଜଣାଯାଇଛି । ପରେ ପରେ ଅଧିକାରୀଙ୍କ ଉପସ୍ଥିତିରେ ଆରୋଗ୍ୟ ସମିତି ଗଠନ କରାଯାଇଥିଲା ।

ସମିତିର ପ୍ରଥମ ଅଧ୍ୟକ୍ଷ ଶଂଖାମେରୀ ସରପଞ୍ଚ  ହୋଇଥିବା ଏବଂ ସେ ପ୍ରଥମ ଦୁଇବର୍ଷ ଦାୟିତ୍ୱ ନିର୍ବାହ କରିବାକୁ ନିଷ୍ପତି ହୋଇଥିବା ବେଳେ ପରବର୍ତ୍ତୀ ଦୁଇବର୍ଷ କ୍ଲଷ୍ଟର ଅନ୍ତର୍ଗତ ଗୋପମଥୁରା ପଞ୍ଚାୟତ ସରପଞ୍ଚ ସମିତି ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବେ ବୋଲି ସ୍ଥିର ହୋଇଥିଲା । ଏହି କ୍ରମାନ୍ୱୟରେ ପ୍ରତି ଦୁଇବର୍ଷରେ ସମିତି ଅଧ୍ୟକ୍ଷ ବଦଳିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ ଶଂଖାମେରୀ ଏବଂ ଗୋପମଥୁରା ଉଭୟ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତ୍ତା ତଥା ଗାଁ କଲ୍ୟାଣ ସମିତିର ସଭାପତିମାନେ ଏହି ବୈଠକରେ ଯୋଗଦେଇଥିଲେ ।

kalyan agarbati

Comments are closed.