www.samajalive.in
Sunday, December 7, 2025
16.1 C
Bhubaneswar

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ; ଭାରତର ସହଜ ବିଜୟ

ସାଉଥାମ୍ପଟନ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍‍ର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ୫୦ ରନରେ ପରାସ୍ତ କରି ସହଜ ବିଜୟ ହାସଲ କରିଛି । ଫଳରେ ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ।  ଭାରତ ଟସ୍‍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ।

ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୮ ୱିକେଟ୍‍ ବିନିମୟରେ ୧୯୮ ରନ୍‍ ସଂଗ୍ରହ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନ୍‍, ସୂର୍ଯ୍ୟ କୁମାର ଯାଦବ ୩୯ ରନ ଏବଂ ଦୀପକ ହୁଡା ୩୩ ରନ୍‍ ସଂଗ୍ରହ କରିଥିଲାବେଳେ ରୋହିତ ଶର୍ମା ୨୪ ରନ୍‍ ସଂଗ୍ରହ କରିଥିଲେ ।

- Advertisement -

ଭାରତ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୯୯ ରନର ପିଛା କରି ଇଂଲଣ୍ଡ ଦଳ ୧୯ ଓଭର୍‍ ୩ଟି ବଲରେ ୧୪୮ ରନ୍‍ ସଂଗ୍ରହ କରି ଅଲ୍‍ ଆଉଟ୍‍ ହୋଇଯାଇଥିଲା । ଇଂଲଣ୍ଡ ପାଇଁ ମୋଇନ୍‍ ଅଲ୍ଲୀ ସର୍ବାଧିକ ୩୬ ରନ୍‍ ସଂଗ୍ରହ କରିଥିଲେ। ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ୱିକେଟ୍‍ ଅକ୍ତିଆର କରିବା ସଙ୍ଗେ ସଙ୍ଗେ ଟି-୨୦ ମ୍ୟାଚରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବାରୁ ତାଙ୍କୁ ପ୍ଲେୟାର ଅଫ୍‍ ଦି ମ୍ୟାଚ୍‍ ଘୋଷଣା କରାଯାଇଛି ।

ଇଂଲଣ୍ଡ ପାଇଁ କ୍ରିସ୍‍ ଜୋର୍ଡନ ଓ ମୋଇନ୍‍ ଅଲ୍ଲୀ ୨ଟି ଲେଖାଏଁ ୱିକେଟ୍‍ ଅକ୍ତିଆର କରିଥିଲାବେଳେ ରିସି ଟପ୍ଲେ, ତାଇମଲ୍‍ ମିଲ୍‍ସ ଓ ମାଥ୍ୟୁ ପାର୍କିନ୍‍ସନ ଗୋଟିଏ ଲେଖାଏଁ ୱିକେଟ୍‍ ଅକ୍ତିଆର କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories