ଲକ୍ଷ୍ମୀପୁରରେ ଚାରା ରୋପଣ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବନାଞ୍ଚଳ ଅଧିନସ୍ତ କୁର୍ଜୁମାଳି ସଂରକ୍ଷିତ ପାହାଡ଼ରେ ଗୁରୁବାର ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ସଭାପତିତ୍ୱରେ ପ୍ରଥମେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତି ଥିଭାବେ ସୁଆଇ କୁଲେସିକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୁର୍ବତନ ସାଂସଦ ଝିନ ହିକକା, ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ୱାର୍ଡ ସଂସ୍ଥାର ତାଲିମଦାତା ହରେକୃଷ୍ଣ ସାହୁ, ଅବସର ପ୍ରାପ୍ତ ବନାଞ୍ଚଳ ଅଧିକାରୀ ବାସୁଦେବ ମହାକୁଡ, ଗୌଡ଼ଗୁଡ଼ା ସରପଂଚ ଭଗବତୀ ମୁଦୁଲି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସାଙ୍ଗାନ୍ନା ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଯୋଗଦେଇଥିଲେ। ସମସ୍ତେ ଜଙ୍ଗଲ ଅବକ୍ଷୟ ଦ୍ୱାରା କିପରି ପରିବେଶ ନଷ୍ଟ ହେବା ସହିତ କିପରି କୁପ୍ରଭାବ ପଡ଼ୁଛି ତା’ ଉପରେ କହିବା ସହିତ ଏଥିରୁ ମୁକ୍ତି ପାଇଁ ଗଛ ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। କାକିରିଗୁମା ହାଇସ୍କୁଲର ଶିକ୍ଷକ କୁଶଧ୍ୱଜ ମଙ୍ଗରାଜ, ପରମେଶ୍ୱର ସାହୁ, ଦ୍ରୋଣ ଖୋସ୍ଲା, ଛାତ୍ରୀ ନାସୀଂ ପାଲ, ପ୍ରଫୁଲ ଖୋସ୍ଲା ପ୍ରମୁଖ ମଧ୍ୟ ଏଥିରେ ଭାଗ ନେଇ ବନ ସୁରକ୍ଷା ଉପରେ କହିଥିଲେ। ପ୍ରଥମେ ସ୍ୱେଚ୍ଛାସେବୀ ଶ୍ରବତ୍ସ ଖରା ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଏଠାରେ କାକିରିଗୁମା ଉଚବିଦ୍ୟାଳୟର ଛାତ୍ର ଛାତ୍ରୀ , ଶୁଣ୍ଢି ଅଳଚି ଗ୍ରାମର ଗ୍ରାମବାସୀ ପ୍ରମୁଖ ଯୋଗ ଦ୍ୱାର ସାମୂହିକ ଭାବ ବିଭିନ୍ନ କିସମ ଯଥା ଚାକୁଣ୍ଡା, ଅଁଳା, ଆକାଶିଆ,ଜାମୁକୋଳି ଶାଗୁଆନ ଆଦି ଚାରା ରୋପଣ କରାଯାଇଥିଲା । ବନପାଳ ପୂର୍ଣ୍ଣଚନ୍ଦ୍ର କଲକା, ଅବସର ପ୍ରାପ୍ତ ବନପାଳ କେଶବ ଚନ୍ଦ୍ର ସାହୁ, ବନରକ୍ଷୀ ଝାଡ଼ଶ୍ୱର ଜାନୀ, ସବିତା ମହାକୁଡ଼, ଭାନୁମତି ତାରାପୁଟିଆ, ପୂର୍ଣ୍ଣ ଲତା ଜାନୀ, ପ୍ରବୀର କୁମାର ମଲିକ, ତ୍ରୀପତି ବାଲାଜୀ ସାହୁ, ବନ ସୁରକ୍ଷା ବାହିନୀର ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ବେଳେ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ।

kalyan agarbati

Comments are closed.