www.samajalive.in
Friday, December 5, 2025
26.1 C
Bhubaneswar

ଭାଇ-ଭଉଣୀଙ୍କ ଯୋଡ଼ି

ବଲିଉଡର ଅନ୍ୟତମ ଲୋକପ୍ରିୟ ‘ଭାଇ-ଭଉଣୀ’ ଯୋଡ଼ି ଭାବେ ଅର୍ଜୁନ କପୁର ଓ ଜାହ୍ନବୀ କପୁର ଆଜିକାଲି ଜଣାଯାଉଛନ୍ତି। ଦୁହେଁ ଗଣମାଧ୍ୟମ ସମ୍ମୁଖରେ ଓ ସୋସିଆଲ ସାଇଟ୍‌ରେ ମଧ୍ୟ ପରସ୍ପରକୁ ଥଟ୍ଟାମଜା କରିବାରେ ପଛାଉନାହାନ୍ତି। ବୋନି କପୁରଙ୍କ ପ୍ରଥମ ପତ୍ନୀ ମୋନାଙ୍କର ପୁଅ ଅର୍ଜୁନ ହୋଇଥିବାବେଳେ ଦ୍ବିତୀୟ ପତ୍ନୀ ଶ୍ରୀଦେବୀଙ୍କ ବଡ଼ ଝିଅ ହେଉଛନ୍ତି ଜାହ୍ନବୀ। ଶ୍ରୀଦେବୀଙ୍କ ମୃତ୍ୟୁ ପରେ ହିଁ ବୋନିଙ୍କ ୪ ପିଲାଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ବିଭିନ୍ନ ଉତ୍ସବରେ ଅର୍ଜୁନ, ଅଂଶୁଲା, ଜାହ୍ନବୀ, ଖୁସି ଏକତ୍ର ଯାଉଥିବାବେଳେ ଭାଇଭଉଣୀଙ୍କ ପ୍ରଗାଢ଼ ପ୍ରେମ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ନିକଟରେ ଅର୍ଜୁନ-ଜାହ୍ନବୀ ପ୍ରଥମଥର ପାଇଁ ଅନ୍-ସ୍କ୍ରିନ୍‌‌ରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ପ୍ରଯୋଜକ କରନ୍‌ ଜୋହର୍‌ଙ୍କ କାର୍ୟ୍ୟକ୍ରମ ‘କଫି ଉଇଥ୍‌ କରନ୍‌’ର ଦ୍ବିତୀୟ ଏପିସୋଡରେ ଅର୍ଜୁନ-ଜାହ୍ନବୀ ଅତିଥି ଭାବେ ଯୋଗଦେଇଛନ୍ତି। ଯଦିଓ ଏହା ପ୍ରସାରିତ ହୋଇନାହିଁ, କିନ୍ତୁ ଇନଷ୍ଟାଗ୍ରାମ୍ ସାଇଟ୍‌ରେ ଖବର ପ୍ରଚାର ହୋଇସାରିଲାଣି। ପୁଅ-ଝିଅଙ୍କୁ ଏକତ୍ର ଅନ୍-ସ୍କ୍ରିନ୍ ଦେଖି ବାପା ବୋନି କପୁର ସବୁଠୁ ଅଧିକ ଖୁସି ବୋଲି ଜାହ୍ନବୀ ଇନଷ୍ଟାଗ୍ରାମ୍‌ରେ ଜନୈକ ପ୍ରଶଂସକଙ୍କୁ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories