www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ

ଫୁଲବାଣୀ: ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୋଶ ପ୍ରକାଶ କରି ତାଙ୍କର ବଦଳି ଦାବି କରିଛନ୍ତି ଅଭିଭାବକ ଗ୍ରାମବାସୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଂଚାୟତ ଅଧିନରେ ଥିବା ସ୍ରାଡିପଙ୍ଗା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଦିର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ଠିକ ସମୟରେ ବିଦ୍ୟାଳୟକୁ ଆସୁନଥିବା ମନମୁଖୀ କାର୍ଯ୍ୟକଳାପ ଚଲାଇ ଆସିଥିବା ନେଇ ଗ୍ରାମବାସୀ ଅଭିଭାକ ମାନେ ଅଭିଯୋଗ ଆଣିଛନ୍ତି ପ୍ରଧାନ ଶିକ୍ଷକ ଜଣକ ବିଭିନ୍ନ ଆଳ ଦେଖାଇ ଅଧିକାଂଶ ସମୟ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ସହ ମଧ୍ୟାନ୍ନ ଭୋଜନ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟକଳାପରେ ବାଧା ସୃଷ୍ଠି ହେଉଥିବା ଅଭିଯୋଗ ହୋଇଛି

ପ୍ରଧାନଶିକ୍ଷକଙ୍କ ଏଭଳି କାର୍ଯ୍ୟକଳାପରେ ଅଶନ୍ତୋସ ପ୍ରକାଶ କରି ସୋମବାର ଗ୍ରାମବାସୀ, ଅଭିଭାବକ ମାନେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର କହଁରଙ୍କ ନେତୃତ୍ୱରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧକାରୀଙ୍କ କାର୍ଯ୍ୟାଳୟ ସମେତ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧକ୍ଷା ନମିତା କହଁରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଦିର୍ଘ ଦିନ ଧରି ପ୍ରଧାନ ଶିକ୍ଷକ ଜଣକ ଏହିଭଳି ମନମୁଖୀ କାର୍ଯ୍ୟକଳାପ ଚଲାଇଆସିଥିବାରୁ ଆଗରୁ ମଧ୍ୟ ଅଭିଭାବକ ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଭାବରେ ଜଣେଇଛନ୍ତି ତେବେ ତୁରନ୍ତ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଏହି ସ୍କୁଲରୁ ଅନ୍ୟତ୍ର ବଦଳି କରାଯାଇ ଅନ୍ୟଜଣେ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରେ ଦିଆନଗଲେ ଆଗାମୀ ଦିନରେ ଗ୍ରାମବାସୀ ଅଭିଭାବକ ମାନେ ବାଧ୍ୟ ହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ଅନ୍ୟପଟେ ଦାବିପତ୍ର ବିଷୟରେ ସଂପୃକ୍ତ ଶିକ୍ଷା ବିଭାଗ ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories