www.samajalive.in
Friday, December 12, 2025
14.1 C
Bhubaneswar

କନ୍ଧମାଳରେ ‘ସେବା ଓ ସେବକ’ ସପ୍ତାହର ଷଷ୍ଠ ଦିନ ପାଳିତ

ଫୁଲବାଣୀ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥି ଅବସରରେ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଚାଲିଥିବା ‘ସେବା ଓ ସେବକ’ ସପ୍ତାହର ୬ଷ୍ଠ ଦିନରେ ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ଠାରେ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ପକ୍ଷରୁ ପରିଚାଳିତ ମା’ ଗୃହ ଠାରେ ଗର୍ଭବତୀ ମହିଳା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ଜିଲା ପ୍ରତିନିଧି ଅଶୋକ ମହାନ୍ତି ଓ ସ୍ୱାତୀ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିିବିରରେ ୫ଟି ପଂଚାୟତର କଟ୍ରିଙ୍ଗିଆ , ବିଶିପଡ଼ା , ଦଡ଼କି , ଦୁଡ଼ୁକି ଓ ଜାମଝରୀ ପଂଚାୟତର ଯେଉଁ ଗର୍ଭବତୀ ମାନେ ମା’ ଗୃହରେ ରହୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କୁ ଔଷଧ ବଂଟନ କରାଯାଇଥିଲା ।

ଅଭିଜ୍ଞ ଏଏନ୍‌ଏମ୍‌ ଗୀତାଞ୍ଜଳି ମୁଖୀ , ସସ୍ମିତା ବେହେରା, ରାମେଶ୍ୱରୀ ଦିଗାଲ ପ୍ରମୁଖ ଗର୍ଭବତୀ ମାନଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲେ । ପ୍ରକାଶଯେ, ଏହି ମା’ ଗୃହ ଉପରେ ୮ଟି ସବ୍‌ ସେଣ୍ଟର ଗର୍ଭବତୀଙ୍କ ସହିତ ୩୫ଟି ଅପହଞ୍ଚ ଇଲାକାର ଗର୍ଭବତୀ ମାନେ ନିର୍ଭର କରିଥାନ୍ତି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ପ୍ରେସ୍‌ କ୍ଳବର ସଭାପତି ସୁନିଲ୍‌ ପଟନାୟକ ଓ ସଂପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ଉତ୍ସାହିତ କରିଥିଲେ ।

- Advertisement -

ମା’ ଗୃହରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ସ୍ୱଚ୍ଛ ପରିବେଶ ମଧ୍ୟରେ ପୃଷ୍ଟିକର ଖାଦ୍ୟ , ଅହରହ ବିଦ୍ୟୁତ୍‌ ସେବା ଆଦି ମଧ୍ୟ ବ୍ୟବସ୍ଥା କରାଯାଇଛି । ଉକ୍ତ ମା’ ଗୃହରେ ୧୨ ଜଣ ଗର୍ଭବତୀଙ୍କୁ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଅପରାହ୍ଣରେ ଏକ ସଫେଇ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ଏଥିରେ ଗର୍ଭବତୀଙ୍କ ସମେତ ତାଙ୍କର ସମ୍ପର୍କୀୟ ମାନେ ମଧ୍ୟ ସାମିଲ୍‌ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମିତା ମହାକୁଡ଼ , ସୁଲୋଚନା ପ୍ରଧାନ ଓ ସ୍ୱାତୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମକୁ ସମାଜ , ଜିଲା ପ୍ରେସ୍‌ କ୍ଳବ ଓ ସ୍ୱାତୀ ଅନଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଥିଲା ।

Hot this week

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

Related Articles

Popular Categories