www.samajalive.in
Friday, December 12, 2025
14.1 C
Bhubaneswar

ଫୁଲବାଣୀ ସହରର ସମସ୍ତ ଟ୍ରାକ୍ଟର ମାଲିକ ପକ୍ଷରୁ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ  

ଫୁଲବାଣୀ: ଅତ୍ୟଧିକ ପେନାଲଟି ଆଦାୟକୁ ବିରୋଧ କରି ଫୁଲବାଣୀ ସହରର ସମସ୍ତ ଟ୍ରାକ୍ଟର ମାଲିକ ମାନେ କନ୍ଧମାଳ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ରରେ କୁହାଯାଇଛି କି, ଅତ୍ୟଧିକ ରୟାଲିଟିକୁ ବନ୍ଦ କରାଯାଉ । ଯଦି ଏହାକୁ ବନ୍ଦ ନକରାଯାଏ ତାହାହେଲେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସଂପୂର୍ଣ୍ଣଭାବେ ସରକାରୀ ଓ ବେସରକାରୀ କାର୍ଯ୍ୟକୁ ଜିନିଷ ଯୋଗାଇବା ବନ୍ଦ କରାଯିବ । ଏନେଇ ସହରର ସମସ୍ତ ଟ୍ରାକ୍ଟର ମାଲିକ ମାନେ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ଅତିରିକ୍ତ ଜିଲାପାଳଙ୍କୁ ଦିଆଯାଇଥିବା ଦାବିପତ୍ରରେ ଆହୁରି କୁହାଯାଛି କି ଫୁଲବାଣୀ ସହରରେ ଥିବା ଶତାଧିକ ଟ୍ରାକ୍ଟର ମାଲିକ ବର୍ଷ ବର୍ଷ ଧରି ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ପାଇଁ ଜିନିଷ ଯୋଗାଇ ଆସୁଛନ୍ତି । ସହରର ନିକଟବର୍ତ୍ତୀ କୌଣସି ଲଘୁଖଣିଜ ଦ୍ରବ୍ୟର ଖାଦାନ ନାହିଁ ।

ତେଣୁ ସେମାନେ ଅନ୍ୟତ୍ର ନେବା ଆଣିବା କରୁଥିବା ବେଳେ ତହସିଲ୍‌ଦାରଙ୍କ ଦ୍ୱାରା ଆର୍ଥିକ ପ୍ରତରଣା ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଯାହାକି ସେମାନଙ୍କ ସକ୍ଷମ ଠାରୁ ବହୁତ ଅଧିକ ବୋଲି ମଧ୍ୟ  ଅଭିଯୋଗ କରିଛନ୍ତି । ପୂର୍ବରୁ ତହସିଲଦାରଙ୍କ ପରାମର୍ଶ କ୍ରମେ ପ୍ରତ୍ୟେକ ମାସରେ ୫ହଜାର ଏକ ଶହ ଟଙ୍କା ଆଦାୟ କରାଯାଉଥିବା ବେଳେ ବର୍ତ୍ତମାନ ତାହା ୧୦ ହଜାର ଟଙ୍କା ପେନାଲଟି କାଟୁଛନ୍ତି । ଯାହା ଟ୍ରାକ୍ଟର ମାଲିକ ମାନଙ୍କର ଏକ ମାସର କିସ୍ତି ସହିତ ସମାନ ଅଟେ । ଏଭଳି ପରିସ୍ଥିତିରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ମଧ୍ୟ ସେମାନଙ୍କ ପାଇଁ  ଅସମ୍ଭବ ହୋଇପଡ଼ିଛି ।

- Advertisement -

ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଗତକାଲି ଶତାଧିକ ଟ୍ରାକ୍ଟର ମାଲିକ ଜିଲା ପ୍ରଶାସନକୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ଟାଉନଥାନା ଅଧିକାରୀ, ତହସିଲ ଦାର, ଉପଜିଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରିଛନ୍ତି ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories