ସମ୍ବଲପୁରୀ ଭାଷାକୁ ନେଇ ଚାଲିଥିବା ଷଡଯନ୍ତ୍ରକୁ ତୀବ୍ର ବିରୋଧ କରାଯିବ

ସମ୍ବଲପୁର :  ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ହୀରାଖଣ୍ଡ ସାମୁଖ୍ୟ ତରପରୁ ସମ୍ବଲପୁରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ପାଇଁ ଏକ ସଭା ସଭାପତି ଡ. ପରେଶ ଦାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ସମ୍ପାଦକ ସରୋଜ ଦାଶ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ସମ୍ବଲପୁରୀ ଭାଷାକୁ ନେଇ ଯେଉଁ ଷଡଯନ୍ତ୍ର ହୋଇଛି ତାକୁ ତୀବ୍ର ବିରୋଧ କରାଯିବ । ଏହା ସହିତ ନୂଆଦିଲ୍ଲୀ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିବାକୁ ସଭାରେ ଉପସ୍ଥିତ ବ୍ୟକ୍ତି ମାନେ ପ୍ରସ୍ତାବ ଦେଇଥିଲେ । ଏହି ସଭାରେ ବିିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ସାମିଲ ହୋଇଥିଲେ। ସଭାରେ ଅଶୋକ କୁମାର ମିଶ୍ର, ଅଖିଳ ରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ହୋତା, ସରୋଜ ସାହୁ, ମହେନ୍ଦ୍ର କୁମାର ମିଶ୍ର, ମୁକ୍ତକଣ୍ଠ ପ୍ରଧାନ, ସଞ୍ଜୟ ମିଶ୍ର, ଦେବାର୍ଚ୍ଚନ ଠାକୁର, କଳ୍ପନା ମିଶ୍ର, ପ୍ରଶାନ୍ତ ପାଟ୍ଟଯୋଶୀ, ତାପସ ଦାସ, ରଞ୍ଜନ ସାହୁ, ନରେନ୍ଦ୍ର ପାଣିଗ୍ରାହୀ, ଲଳିତ ବେବର୍ତ୍ତା ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ସାମାଜିକ ଗଣମାଧ୍ୟମ ଆବାହିକା ପଙ୍କଜିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.