ଗୋପବନ୍ଧୁଙ୍କର ଅନୁଚିନ୍ତା ସମ୍ପର୍କରେ ଆଲୋଚନା
ବାଙ୍କୀ : ‘ସମାଜ’ ପକ୍ଷରୁ ପାଳନ କରାଯାଉଥିବା ସେବା ଓ ସେବକ ସପ୍ତାହ ଅବସରରେ ସ୍ଥାନୀୟ ତୂଳସୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଅପରାହ୍ନରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୪ତମ ଶ୍ରଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ନମିତା କୁମାରୀ ନାୟକ ଅଧ୍ୟକ୍ଷତା କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ଗୌରାଙ୍ଗ ବେହେରା ଯୋଗଦେଇ ଗୋପବନ୍ଦୁଙ୍କ ଜୀବନ ଦର୍ଶନ,ସେବା ପରାୟଣତା ସମ୍ପର୍କରେ ଆଲୋକପାତ କରି ଗୋପବନ୍ଧୁ ଜୀନ ଜନତାର ବନ୍ଧୁ ଥିଲେ ବୋଲି ପ୍ରକାଶ କରି ସମାଜ ସଂସ୍କାର ଓ ନିର୍ଭୀକ ସାମ୍ବାଦିକତାର ମୁକ୍ତିମନ୍ତ ପ୍ରତୀକ ବୋଲି ପ୍ରକାଶ କରିଛନ୍ତି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁବାଶ ଚନ୍ଦ୍ର ସାହୁଙ୍କ ପରିଚାଳନାରେ ସଞ୍ଚାଳିତ ଆଲୋଚନାରେ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ, ବିପିନୀ କୁମାର ସ୍ୱାଇଁ, ଶିକ୍ଷୟିତ୍ରୀ ଅହଲ୍ୟା ପାତ୍ର, ସରୋଜିନୀ ମହାପାତ୍ର, ରାଜକୁମାର ପ୍ରମୁଖ ଗୋପବନ୍ଧୁଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଛାତ୍ର ଆଶୁତୋଷ ତ୍ରିପାଠୀ, ସନ୍ଦିପା ଶୁଭଦର୍ଶିନୀ ସାହୁ ଓ ବିଜୟ କୁମାର ମହାରଣା ପ୍ରମୁଖ ସେବା ଓ ସେବକ ସପ୍ତାହ ପାଳନ ଅବସରରେ ଗୋପବନ୍ଧୁଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଶିବପ୍ରାସାଦ ବାରିକ, ବାସୁଦେବ ସାହୁ, ଶୁକାନ୍ତ ସାହୁ, ବରଦା ପ୍ରସନ୍ନ ସାମନ୍ତସିଂହାର, ଗୀତାଞ୍ଜଳି ନାୟକ, ଇ. ବିଜୟଲକ୍ଷ୍ମୀ, ନର୍ମଦା ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Comments are closed.