ସେବା ଓ ସେବକ ସପ୍ତାହ ଅବସରରେ ଲକ୍ଷ୍ମୀପୁରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ
ଲକ୍ଷ୍ମୀପୁର : ଗୋପବନ୍ଧୁଙ୍କ ପୂଣ୍ୟ ତିଥି ଅବସରରେ ସପ୍ତାହେ ବ୍ୟାପି ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଛି ସେବା ଓ ସେବକ ସପ୍ତାହ । ଏହି ଅବସରରେ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଏକ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ଦେଖା ଦେଇଛି ଡେଙ୍ଗୁ ଆନ୍ତଙ୍କ, ଅଳିଆ ଅବର୍ଜନା ଗୁଡ଼ିକ ବିଭିନ୍ନ ସ୍ଥାନରେ ଗଦା ହୋଇ ରହିଥିବା ସହିତ ଅନେକ ସ୍ଥାନରେ ପାଣି ଜମି ରହୁଛି । ତେବେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିବା କଥା ତାହା ଦେଖିବାକୁ ମିଳୁ ନାହିଁ । ଯେଉଁଥିପାଇଁ ଡେଙ୍ଗୁ ଜ୍ୱରରେ ବହୁ ଲୋକ ଆକ୍ରାନ୍ତ ହେବା ସହିତ ତାହାକୁ ନିୟନ୍ତ୍ରଣ କରାଯାଇ ପାରୁ ନାହିଁ । ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସ୍ବରୂପ ସବୁଜ ଭାରତ ପକ୍ଷରୁ ବ୍ଲିଚିଙ୍ଗ ସିଞ୍ଚନ କରାଯାଇ ସେମାନଙ୍କ ଚତୁପାଶ୍ୱର୍ରେ ଯେପରି ପାଣି ଜମି ନ ରହେ ସେ ନେଇ ସଚେତନ କରାଯାଇଥିଲା । ତେବେ ସଫେଇ ପାଇଁ ସ୍ଥିର ହୋଇଥିବା ବେଳେ ବର୍ଷା ଯୋଗୁଁ ତାହା ହୋଇ ପାରି ନଥିଲା । ସ୍ୱଚ୍ଛେସେବୀ ଗୋପେଶ୍ୱର ଗରାଡ଼ାଙ୍କ ସହିତ ଲିଙ୍ଗରାଜ ଗରଡ଼ା, କୃଷ୍ଣ ତୁରୁକ, ଶ୍ରୀବତ୍ସ ଖରା,ପଂଚାନନ ଟାକ୍ରି, ସୁବାସ ମାଝି, ବେଣୁଧର ସୁଚେନ , ହେମନ୍ତ ମହାନ୍ଦିଆଙ୍କ ସହିତ ‘ସମାଜ’ ପ୍ରତିନିଧି ଶରତ ନାୟକ ପ୍ରମୁଖଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ଲିଚିଙ୍ଗ ଯୋଗାଇ ଦିଆ ଯାଇଥିଲା।
Comments are closed.