www.samajalive.in
Saturday, December 13, 2025
21.1 C
Bhubaneswar

ଆଗତ ହେଲା ୨୦୨୨-୨୩ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ବର : ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଶନିବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୨-୨୩ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍‍ ଆଗତ କରିଛନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୧୭.୬ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ ବର୍ଷରେ ରାଜ୍ୟର ମୋଟ୍‍ ବଜେଟ୍‍ ପରିମାଣ ଥିଲା ଏକ ଲକ୍ଷ ୭୦ହଜାର କୋଟି ଟଙ୍କା। ସେହିଭଳି ଶ୍ରୀ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ୨୧,୧୬୬ କୋଟି ଟଙ୍କାର କୃଷି ବଜେଟ୍‍ ଗୃହରେ ଆଗତ କରିଛନ୍ତି।
ଅର୍ଥମନ୍ତ୍ରୀ ଆଗତ କରିଥିବା ୨ଲକ୍ଷ କୋଟି ଟଙ୍କାର ବଜେଟ୍‍ ମଧ୍ୟରେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ସର୍ବାଧିକ ୧ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ପ୍ରଶାସନିକ ଖର୍ଚ୍ଚ ପାଇଁ ୮୯,୫୯୦ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ବାବଦରେ ୭୨୦୦ କୋଟି ଟଙ୍କା ରହିଛି।
ବଜେଟର ବିଭିନ୍ନ ବିଭାଗ ପାଇଁ ହୋଇଥିବା ବ୍ୟୟବରାଦ ମଧ୍ୟରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୧,୧୬୮ କୋଟି ଟଙ୍କାର ବରାଦ ହୋଇଥିବାବେଳେ ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ର ପାଇଁ ୨୭,୩୨୪, ସ୍ୱାସ୍ଥ୍ୟ ପାଇଁ ୧୨,୬୨୪ କୋଟି, ବସୁଧା ଏବଂ ଜଳ ଜୀବନ ମିଶନ ପ୍ରକଳ୍ପ ପାଇଁ ୮୩୮୯ କୋଟି, ଅନୁସୂଚିତ ଜନଜାତି ଓ ଜାତି ମାନଙ୍କ ପାଇଁ ଚିହ୍ନିତ ଯୋଜନା ସକାଶେ ୩୨,୫୯୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏଥିରେ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି ଟଙ୍କା ବ୍ୟୟ ବରାଦ

ଜନସ୍ଵାସ୍ଥ୍ୟ ସେବା ପାଇଁ ୧୨ହଜାର ୬ ଶହ ୨୪କୋଟି ଟଙ୍କା ବ୍ୟୟବରାଦ 

‘ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟ ସେବା ମିଶନ” ଅଧୀନରେ ୨ ହଜାର ୩ ଶହ ୨୫କୋଟି ପାଇଁ ପ୍ରସ୍ତାବ

ମୋ ସ୍କୁଲ ପାଇଁ ୬୪୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି

ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି

ମୋ କଲେଜ ଅଭିଯାନ ପାଇଁ ୧୧ କୋଟିର ବ୍ୟୟ ବରାଦ

‘ସମଗ୍ର ଶିକ୍ଷା’ ପାଇଁ ୩ ହଜାର ୫ ଶହ ୮୧କୋଟି ଟଙ୍କା

ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮ ଶହ ୫୧କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ

“ଗଙ୍ଗାଧର ମେହର ଶିକ୍ଷା ମାନକ ବୃଦ୍ଧି ଯୋଜନା” ୧ ଶହ ୯୩କୋଟି ଟଙ୍କାବ୍ୟୟ ବରାଦ

ଉଚ୍ଚଶିକ୍ଷା ଅନୁଷ୍ଠାନଗଡିୁକର ଭିତ୍ତିଭୂମିର ବିକାଶ ପାଇଁ୧ ଶହ ୬୫ କୋଟି ଟଙ୍କା

ଶିଳ୍ପ ଭିତ୍ତିଭୂମିର ଉନ୍ନତି ପାଇଁ ୧୨୬୯ କୋଟି

ହସ୍ତତନ୍ତ ଓ ବୟନ ଶିଳ୍ପ କ୍ଷେତ୍ର ପାଇଁ ୨୦୩ କୋଟିର ବ୍ୟୟ ବରାଦ

ଜଙ୍ଗଲ ବିଭାଗ ଅଧୀନରେ ପରିବେଶ ଓ ଜଳବାୟୁ ସୁରକ୍ଷା ପାଇଁ ୨,୨୧୭ କୋଟି 

 ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭ ହଜାର ୩ ଶହ ୨୪କୋଟି ଟଙ୍କାର ବ୍ୟୟ ବରାଦ

ସଡ଼କ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୧୪ହଜାର ୪ ଶହ ୫୪ କୋଟି ଟଙ୍କାର ବ୍ୟୟବରାଦ

ରାସ୍ତାର ରକ୍ଷଣାେବକ୍ଷଣ ପାଇଁ ୨ ହଜାର ୯ ଶହ ୭୦କୋଟି ଟଙ୍କା ବିନିଯାଗ କରାଯିବ

ବିଜୁ ସେତୁ ଯୋଜନାରେ ସେତୁ ପ୍ରକଳ୍ପ ପାଇଁ ୧ ହଜାର ୬ ଶହ ୮୮ କୋଟି ଟଙ୍କାର ବ୍ୟୟ ବରାଦ

ବ୍ଲକ୍-ସ୍ତରୀୟ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୨୫ କୋଟି

ବିଦ୍ୟୁତ ଚାଳିତ ଯାନକୁ ପ୍ରୋତ୍ସାହନ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ

ଜଳଜୀବନ ମିଶନାର  ୬ ହଜାର କୋଟି ଟଙ୍କା

“ବସୁଧା” ଯେଜନାରେ  ୧ ହଜାର ୮ ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୭ ହଜାର ୨ ଶହ ୫୮ କୋଟି ଟଙ୍କା ବ୍ୟୟ ବରାଦ

ପିଏମଆବାସ-ଗ୍ରାମୀଣ ଏବଂ ବିଜୁ ପକ୍କାଘର ଯୋଜନାରେ ୫ ହଜାର ୯ ଶହ ୬ କୋଟି ଟଙ୍କାର ବ୍ୟୟବରାଦ

୨୦୨୨-୨୩ ବର୍ଷର ବଜେଟରେ ୧୦ହଜାର କୋଟି ଟଙ୍କାର କର୍ପସ ସହିତ ଏକ ବଜେଟ୍‍ ସ୍ଥିରୀ କୃତ ପାଣ୍ଠି ପ୍ରତିଷ୍ଠା କରାଯିବ ଯାହାକି ସମଗ୍ର ଦେଶରେ ପ୍ରଥମ ପଦକ୍ଷେପ । ସେହିଭଳି ମିଶନ ଶକ୍ତି ବିଭାଗ ପାଇଁ ୨୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ଠିକଣା ସମୟରେ ମଜୁରୀ ପ୍ରଦାନ ପାଇଁ ଏମଜିନରେଗା କର୍ପସ ପାଣ୍ଠି ଆକାରକୁ ଦୁଇଗୁଣା ସହିତ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories