www.samajalive.in
Saturday, December 6, 2025
14.1 C
Bhubaneswar

ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧଉତ୍ସବ ଓ ସେବା ସେବକ ସପ୍ତାହ ପାଳନ

କୁଆଁପାଳ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧଉତ୍ସବ ଓ ସେବା ସେବକ ସପ୍ତାହ ପାଳନ ଅବସରରେ ମାହାଙ୍ଗା ସମାଜ ପରିବାର ପକ୍ଷରୁ ତୁଳସୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରଦ୍ଧାଞ୍ଜଳି ଉତ୍ସବ ପାଳନ କରାଯାଇଛି । ସମାଜ ପ୍ରତିନିଧି ବିଜୟ ଜେନା ସଭାପତିତ୍ୱ ଓ ସମାଜ ପ୍ରତିନିଧି ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ସଂଯୋଜନା ଏବଂ ସମାଜ ସେବୀ ଦୀପ୍ତିରଞ୍ଜନ ନାୟକଙ୍କ ଅବହାକତ୍ଵରେ ଏଥିରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ପ୍ରଶାନ୍ତ କୁମାର ରାଉତ,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଚିତ୍ତରଞ୍ଜନ ରାଉତ, ଭାଗ୍ୟଧର ରାଉତ,ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଷଡ଼ଙ୍ଗୀ ,ଶିକ୍ଷକ ତ୍ରିଲୋଚନ ପଢ଼ିଆରୀ, ନବକିଶୋର ବେହେରା, ସ୍କୁଲ ପରିଚାଳନା କମିଟି ସଭାପତି ବିନୟକୁମାର ପଢ଼ିଆରୀ,ବଂଶୀଧର ସରଣ, ସଚିତାନନ୍ଦ ସରଣ,ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶ ଓ ସମାଜ ସେବା ସମ୍ପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସଭ୍ୟାସଭ୍ୟ ଗ୍ରାମବାସୀଙ୍କସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories