ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଅହମ୍ମଦବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସମାଜ ପ୍ରତିନିଧି ସୁରେନ୍ଦ୍ର ରାଉତଙ୍କ ସଂଯୋଜନା ଓ ପ୍ରଧାନଶିକ୍ଷକ କାଦମ୍ବିନୀ ମଲ୍ଲିକଙ୍କ ସଭାପତିତ୍ୱରେ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। ଲୋକସେବକ ମଣ୍ଡଳ ନିର୍ଦ୍ଦେଶକ୍ରମେ ଏହି ଦିନଠାରୁ ୭ ଦିନ ବ୍ୟାପୀ ପାଳନ ହେବାକୁ ଥିବା ସେବା ସପ୍ତାହର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇ ଏହାର ସଫଳ ପାଇଁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଫକିର ଚରଣ ନାୟକ, କବି ଶାରଦା ପ୍ରସାଦ ମିଶ୍ର,ସଚ୍ଚିଦାନନ୍ଦ ମିଶ୍ର, ରଘୁନାଥ ମହାନ୍ତି, ଶ୍ୟାମ ସୁନ୍ଦର ଲେଙ୍କା, ଭାବଗ୍ରାହୀ ରାଉତ, ଲକ୍ଷ୍ମଣ କୁମାର ଲେଙ୍କା, ପାର୍ବତୀ ନନ୍ଦଙ୍କ ସମେତ ବହୁ ଗୋପବନ୍ଧୁ ପ୍ରେମୀ ଯୋଗଦେଇ ସ୍ମୃତି ଚାରଣ କରିଥିଲେ।
Popular Categories



