www.samajalive.in
Monday, December 15, 2025
16.1 C
Bhubaneswar

ଦାଣ୍ଡମୁକୁନ୍ଦପୁରରେ ଉତ୍କଳମଣିଙ୍କ ପୁଣ୍ୟତିଥି ପାଳିତ

ପିପିଲି : ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ । ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍‍, ଓକିଲ, ବ୍ୟବସ୍ଥାପକ ସଭ୍ୟ, କବିି ତଥା ସାମ୍ବାଦିକତା ଜଗତର ମଉଡମଣି । ଯେତେ ଉପାଧି ଦେଲେ ମଧ୍ୟ ତାହା ତାଙ୍କ ପାଇଁ ଯଥେଷ୍ଟ ନୁହେଁ । ସେ କେବଳ ଉତ୍କଳର ମଣି ନଥିଲେ ବାସ୍ତବରେ ସେ ଥିଲେ ବିଶ୍ୱର ମଣି । ତାଙ୍କର ପ୍ରତି କବିତାରେ ବିଶ୍ୱ ଭାବନାର ଚିତ୍ର ପ୍ରତିଫଳିତ । ତେଣୁ ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ହୋଇଛି । ଅଗ୍ରଣୀ ନାଗରିକ ସଂଗଠନ “ଜନସ୍ୱାର୍ଥ ସୁରକ୍ଷା ସମିତି’ ପକ୍ଷରୁ ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଠାରେ ବୁଧବାର ଅନୁଷ୍ଠିତ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥି ପାଳନ ଅବସରରେ ଗୋପବନ୍ଧୁପ୍ରେମୀ ମାନେ ଏହି ଦାବି କରିଛନ୍ତି ।


ଏହି ଅବସରରେ ବୁଧବାର ପ୍ରତ୍ୟୁଷରେ ଦାଣ୍ଡମୁକୁନ୍ଦପୁର ସ୍ଥିତ ବାଲିପଡିଆ ଠାରେ “ଜନସ୍ୱାର୍ଥ ସୁରକ୍ଷା ସମିତି’ ଓ ଗୋପବନ୍ଧୁପ୍ରେମୀଙ୍କ ଦ୍ୱାରା ୨୫ଟି ନିମ୍ବ ଚାରା ରୋପଣ କରାଯାଇଥିଲା । ପରେ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରରେ ସାମୁହିକ ସଫେଇ କରାଯିବା ପରେ ସେଠାରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ “ଜନସ୍ୱାର୍ଥ ସୁରକ୍ଷା ସମିତି’ର ସଂଯୋଜକ ତଥା ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ଯୋଗଗୁରୁ ବଂଶୀଧର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗୋପବନ୍ଧୁଙ୍କ ସଂକ୍ଷିପ୍ତ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର, ଶିକ୍ଷୟିତ୍ରୀ ସଞ୍ଜୁକ୍ତା ମହାପାତ୍ର, ଡେଲାଙ୍ଗ ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟାପିକା ଭବାନୀ ପ୍ରୀୟଦର୍ଶିନୀ ମହାନ୍ତି, ସମାଜସେବୀ ବର୍ଷା ବୈଶାଖି ସାହୁ, ଶିକ୍ଷାବିତ୍‍ ପ୍ରସନ୍ନ ଦାସ, ଚିତ୍ତରଞ୍ଜନ ସାହୁ, ଶିଶିର କୁମାର ମହାନ୍ତି, ବଂଶୀଧର ଦାସ, ଯୁବ ସଂଗଠକ ରଜନୀକାନ୍ତ ପଣ୍ଡା, ପ୍ରଭାକର ସେଠୀ, ପ୍ରଭାତ ବେହେରା ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନୀର ତ୍ୟାଗ, ନିଷ୍ଠା, ସମାଜସେବା ଓ ସାମ୍ବାଦିକତା ଦିଗ ଉପରେ ଆଲୋକପାତ କରିଥିଲେ । ସରକାରଙ୍କ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବା ସହ ତାଙ୍କ ଦ୍ୱାରା ରଚିତ କବିତା ଗୁଡିକୁ ବିଭିନ୍ନ ଭାଷାରେ ଭାଷାନ୍ତର କରାଯାଇ ତାକୁ କଣ୍ଠଶିଳ୍ପୀଙ୍କ ଦ୍ୱାରା ରେକଡିଂ କରାଇ ପ୍ରଚାର ଓ ପ୍ରସାର କରାଇବାକୁ ସନ୍ତୋଷ କୁମାର ମିଶ୍ର ଦାବି ରଖିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ସ୍ଥଳୀକୁ ଆବଦ୍ଧ କରାଯାଇ ସେଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯିବା ଏବଂ ପଟ୍ଟନାଇକିଆ ଛକ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ରାସ୍ତାକୁ ଗୋପବନ୍ଧୁ ମାର୍ଗ ନାମରେ ନାମିତ କରାଯିବାକୁ ଶ୍ରୀମିଶ୍ର ଦାବି ରଖିଥିଲେ । ଉପରୋକ୍ତ ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ନିକଟକୁ ପଠାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ଗୋପବନ୍ଧୁଙ୍କ କବିତା ଓ ସଂକ୍ଷୀପ୍ତ ଜୀବନୀ ପାଠ କରାଯାଇଥିଲା ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories