ଚୌଦ୍ୱାର:ଚୌଦ୍ୱାର ପୌରପାଳିକା ହାଉସିଂବୋଡ଼ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମା’ ଲକ୍ଷ୍ମୀ ଓ ମା’ ବିମଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଓ ମହାଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମଙ୍ଗଳବାର ସକାଳେ ଅଞ୍ଚଳର ଶତାଧିକ ମହିଳା ଓ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଦସ୍ୟମାନେ କଳସ ଶୋଭାଯାତ୍ରାରେ ଯାଇ ଆଗ୍ରାହାଟସ୍ଥିତ ବୈଦ୍ୟେଶ୍ୱର ମନ୍ଦର ପୁଷ୍କରିଣୀରୁ ପବିତ୍ର ଜଳଆଣି ମନ୍ଦିରରେ ସ୍ଥାପନ କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟ ଓ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ତଥା ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କ ଆନ୍ତରାଷ୍ଟ୍ରିୟ ପ୍ରଚାରକ ସତ୍ୟାନନ୍ଦ ଦାସ ମହାରାଜ, ପୁରୀ ରାଧାବଲ୍ଳଭ ମଠର ମହନ୍ତ ରାମକୃଷ୍ଣ ଦାସ, ମହାପ୍ରଭୁଙ୍କ ବାଡ଼ଗ୍ରାହୀ ସିଂହାରୀ ସେବକ ପଣ୍ଡିତ ହରିହର କର, ମହାସୁଆର ନିଯୋଗ ଉପ ସଭାପତି ବଳଭଦ୍ର ମହାପାତ୍ରଙ୍କ ସମେତ ବହୁ ସାଧୁସନ୍ଥ ଯୋଗଦେଇ ମନ୍ଦିର ପରିସରରେ ମହାଯଜ୍ଞର ଶୁଭାରମ୍ଭ କରିଥିଲେ। ଏଥି ସହିତ ସଂଧ୍ୟାରେ ଜଗନ୍ନାଥ ସଂସ୍କୃତିଉପରେ ଅତିଥି ମାନେ ପ୍ରବଚନ ପ୍ରଦାନ କରିଥିଲେ।ଟ୍ରଷ୍ଟବୋର୍ଡ଼ର ସଦସ୍ୟ ବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ ବୋଲି ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି।
Popular Categories



