www.samajalive.in
Friday, December 12, 2025
14.1 C
Bhubaneswar

୨୫ ସମବାୟ ସମିତି ସଭାପତି ନିର୍ଦ୍ୱନ୍ଦରେ ନିର୍ବାଚିତ

ଆଠଗଡ଼: ଆଠଗଡ଼ ବ୍ଲକର ୩୪ଟି ପଞ୍ଚାୟତରେ ଥିବା ମୋଟ ୨୬ଟି ପ୍ରାଥମିକ କୃଷି ସମବାୟ ସମିତି ମଧ୍ୟରୁ ୨୫ଟି ସମିତିରେ ଅନୁଷ୍ଠିତ ନିର୍ବାଚନରେ ସମସ୍ତ ନିର୍ଦ୍ଦେଶକ ଓ ସଭାପତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଗତ ଜୁନ ୧୯ରେ ପ୍ରଥମ ପର୍ଯ୍ୟାୟରେ ଆଠଗଡ଼ ବ୍ଲକ ଓ ଏନଏସିର ୨୩ଟି ଏବଂ ୨ୟ ପର୍ଯ୍ୟାୟରେ ଜୁନ ୨୬ତାରିଖରେ ଆଉ ୨ଟି ସମିତିରେ ନିର୍ବାଚନ ଅନୁଷ୍ଟିତ ହୋଇଥିଲା। କେବଳ ଗୁରୁଡ଼ିଝାଟିଆ ସମବାୟ ସମିତିରେ ନିର୍ବାଚନ ସ୍ଥଗିତ ରହିଛି। ୨୫ଟି ସମିିତିରେ ମୋଟ ୨୨୩ଜଣ ନିର୍ଦ୍ଦେଶକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ସେମାନେ ୨୫ଟି ଯାକ ସମିତିର ସଭାପତି ପଦବୀ ଲାଗି ନିର୍ବାଚନରେ ଅଂଶଗ୍ରହଣ କରିଥିବା ବେଳେ ୨୫ଟି ଯାକ ସମବାୟ ସମିତିର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଆଠଗଡ଼ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଅଶୋକ କୁମାର ପାଣିଙ୍କ ସୁତ୍ରରୁ ପ୍ରକାଶ।

ନିର୍ଦ୍ୱନ୍ଦରେ ନିର୍ବାଚିତ ସଭାପତିମାନେ ହେଲେ ଜାଗିଆପଡ଼ା ସେବା ସମବାୟ ସମିତିର ଅଶୋକ ସାହୁ, ଜେନାପଦା ସମିତିରେ ରବୀନ୍ଦ୍ରନାଥ ରାଉତ, ଭାଗୀରଥୀପୁରରେ ପ୍ରତାପ କୁମାର ସାହୁ, ସମସରପୁରରେ ନିରଞ୍ଜନ ସାହୁ, ଆଙ୍କୁଲାରେ ହେମନ୍ତ କୁମାର ରାଉତ, କୁଲାଇଲୋରେ ସୁବାସ କୁମାର ଭୋଇ, ଜୋରନ୍ଦାରେ କୁମୁଦ ଚନ୍ଦ୍ର ବେହେରା, କୁଶପାଙ୍ଗିରେ ନୃସିଂହ ରାଉତ, ବାଳିରେ ଅଭୟ କୁମାର ନାୟକ, ଛଅଗାଁ ସମିତିରେ ପ୍ରଦୀପ କୁମାର ମହାନ୍ତି, ଲକ୍ଷ୍ମୀନାରାୟଣପୁର ସମିତିରେ ଅରୁପାନନ୍ଦ ସାହୁ, ରାଧାବଲ୍ଲଭପୁରରେ ନାରାୟଣ ନାୟକ, ରାଧାଗୋବିନ୍ଦପୁରରେ ବିଶ୍ୱଜିତ୍‍ ମାଝି, ଧାଇପୁରରେ ପ୍ରଶାନ୍ତ କୁମାର ସାହୁ, ରାଜନଗରରେ ଗଜେନ୍ଦ୍ର ରାଉତ, ମେଘା ସମିତିରେ ପ୍ରଶନ୍ନ କୁମାର ସ୍ୱାଇଁ, ସର୍ପେଶ୍ୱର ସମିତିରେ ରଜତ କୁମାର ସ୍ୱାଇଁ, ଧୁରୁଷିଆରେ ସରୋଜ କୁମାର ପଣ୍ଡା, ମଞ୍ଚେଶ୍ୱରରେ କାର୍ତ୍ତିକ ଖଟୁଆ, ଗୋବରାରେ ଶିବରାମ ମିଶ୍ର, ବେଣ୍ଟପଦାରେ ପବିତ୍ର କୁମାର ସାହୁ, ଆଠଗଡ଼ ଏନଏସିର ନିଜିଗଡ଼ ସମିତିରେ ରଶ୍ମିତା ସାହୁ ଓ କନ୍ତୋଲରେ ଶ୍ୟାମ ସୁୁନ୍ଦର ରଣା ବୋଲି ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories