ଆଠଗଡ଼: ଆଠଗଡ଼ ସହର ଉପକଣ୍ଠ ୬୫ନଂ ରାଜ୍ୟ ରାଜପଥର ସାପୁଆନଦୀ କୂଳରୁ ଏକ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିବା ଜଣାପଡ଼ିଛି। ୧ନଂ ୱାର୍ଡ ଅନ୍ତର୍ଗତ ଗୁହାଳପଡ଼ିଆର ପବିତ୍ର ନାଏକଙ୍କ ପୁଅ ଲଳିତ ଅପରାହ୍ନ ୪ଟା ବେଳେ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଏକ ଛୁଆର କାନ୍ଦିବା ସ୍ୱର ଶୁଣି ଦେଖିଲା ବେଳକୁ କପଡ଼ାରେ ଘୋଡାହୋଇ ସଦ୍ୟଜାତ ଶିଶୁକନ୍ୟାଟିଏ ପଡ଼ିଛି। ତାକୁ ସେ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାକୁ ତୁରନ୍ତ ନେଇଯାଇଥିଲେ। ଡାକ୍ତରଖାନାର ନବଜାତ ଶିଶୁ ଯତ୍ନ କେନ୍ଦ୍ରରେ ଉଦ୍ଧାର ଶିଶୁକନ୍ୟାର ପ୍ରାଥମିକ ଚିକିତ୍ସା କରାଯାଇଥିବାବେଳେ ତାର ସ୍ୱାସ୍ଥ୍ୟାବସ୍ଥା ଭଲନଥିବାରୁ ଡାକ୍ତରଖାନା ପକ୍ଷରୁ ଶିଶୁଟିକୁ ରୋଗୀବୁହା ଯାନରେ କଟକସ୍ଥିତ ଶିଶୁଭବନକୁ ଉପଯୁକ୍ତ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି। ସେଠାରୁ ଶିଶୁକନ୍ୟାଟି ସୁସ୍ଥ ହୋଇ ଫେରିବା ପରେ ପୁଲିସ ଜରିଆରେ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଡାକ୍ତରଖାନା ସୁତ୍ରରୁ ପ୍ରକାଶ।
Popular Categories



