ପାଟଣା: କେନ୍ଦୁଝର ଜିଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ରାଇଡିହା ଗ୍ରାମରେ ଘଟିଯାଇଛି ଅଘଟଣ। ବିଳମ୍ବିତ ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡାରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ରାଇଡିହା ଗ୍ରାମର ମଣ୍ଟୁ ନାଏକଙ୍କ ସ୍ତ୍ରୀ ସବିତା ନାଏକ(୨୨) ବୋଲି ଜଣାପଡିଛି । ସେ ଶୋଇଥିବା ସମୟରେ ତାଙ୍କ ଗୋଡକୁ ଏକ ବିଷଧର ସାପ କାମୁଡି ଦେଉଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି କେନ୍ଦୁଝରରେ ମୃତଦେହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।
Popular Categories



