www.samajalive.in
Sunday, December 14, 2025
16.1 C
Bhubaneswar

ରାସରସିକପୁର ସ୍କୁଲରେ ପୁରାତନ ଛାତ୍ରଙ୍କୁ ସମ୍ବର୍ଦ୍ଧିତ

ଆଠଗଡ଼: ଆଠଗଡ଼ ସହରର ରାସରସିକପୁର ୟୁଜିୟୁପି ସ୍କୁଲରେ ପୁରାତନ ଛାତ୍ର ତଥା ଜାତୀୟସ୍ତରର ଖୋ-ଖୋ ଖେଳାଳୀ ଟି ଜଗନ୍ନାଥ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଶନିବାର ପ୍ରଧାନଶିକ୍ଷକ ଦେବରାଜ ନାୟକ ପୌରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସ୍କୁଲ ପରିଚାଳନା କମିଟି ସଭାପତି ଶିବଶଙ୍କର ଜେନା ଅତିଥି ଭାବେ ଯୋଗଦେଇ ଜଗନ୍ନାଥ କେବଳ ଆଠଗଡ଼ ବା ରାସରସିକପୁର ସ୍କୁଲ ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ନିଜର କଠିନ ଅଧ୍ୟବସାୟ ଓ ପ୍ରଶିକ୍ଷଣ ଦ୍ୱାରା ଜଗନ୍ନାଥ ନିକଟରେ ହରିଆଣାର ପଞ୍ଚକୁଲାଠାରେ ଆୟୋଜିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ଖୋ-ଖୋ ଖେଳରେ ଓଡ଼ିଶା ଦଳରେ ସାମିଲ ହୋଇ ରାଜ୍ୟ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି।

ପୂର୍ବରୁ ସେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ବିହାରରେ ହୋଇଥିବା ଖୋ-ଖୋ ପ୍ରତିଯୋଗିତାରେ ଉନ୍ନତ ଖେଳ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଏହି ଅବସରରେ ତାଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ, ପରିଚାଳନା କମିଟି ଅଧ୍ୟକ୍ଷ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରିଥିଲେ। ଶିକ୍ଷକ ଚିନ୍ମୟ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟତମ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଠଗଡ଼ ଖୋ-ଖୋ ଦଳର ଅଧିନାୟକ ଅଭିନନ୍ଦନ ପଟ୍ଟନାୟକଙ୍କ ସମେତ ଅନ୍ୟ ଖେଳାଳିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories