www.samajalive.in
Sunday, December 14, 2025
26.1 C
Bhubaneswar

ପୁରୀ ଧାମରୁ ଆସିଲା ଫୁଲୁରି ତେଲ

ପାଟଣା : କେନ୍ଦୁଝର ଜିଲାରେ ରଥଯାତ୍ରା ପାଇଁ ପ୍ରସିଦ୍ଧ ହୋଇଥିବା ଦାରୁବ୍ରହ୍ମ ପ୍ରତିଷ୍ଠାନ ମଲ୍ଲୀପଶିକୁ ଆସିଲା ଶ୍ରୀକ୍ଷେତ୍ର ପୁରୀରୁ ଫୁଲୁରି ତେଲ। ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖରୀ ପଞ୍ଚାୟତ ମଲ୍ଲୀପଶି ଠାରେ ୨୦୧୮ ମସିହାରୁ ରଥଯାତ୍ରା ଅନୁଷ୍ଠିତ ହେଉଛି। ଜଗତଗୁରୁ ଶଙ୍କରାଚାର୍ୟ୍ୟ ଗୋବର୍ଦ୍ଧନ ମଠ ପୁରୀ ଦ୍ବାରା ପରିଚାଳିତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ସହଯୋଗରେ ଏହି ରଥଯାତ୍ରା ଅନୁଷ୍ଠିତ ହେଉଛି। ଏଠାରେ ତିନି ଠାକୁରଙ୍କ ପାଇଁ ତିନୋଟି ରଥ ନିର୍ମାଣ କରାଯାଇଥାଏ। ମା ସୁଭଦ୍ରା ରଥକୁ କେବଳ ମହିଳା ମାନେ ଟାଣି ଥାନ୍ତି। ଏହି ରଥଯାତ୍ରା ଦେଖିବାପାଇଁ ପଡୋଶୀ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଆଦି ରାଜ୍ୟରୁ ଭକ୍ତମାନେ ଛୁଟି ଆସିଥାନ୍ତି। ରଥଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ବରରେ ପଡି ଅସୁସ୍ଥ ମହାବାହୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ଅସୁସ୍ଥ ହୋଇଥିବା ପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ବିଭିନ୍ନ ଗୁପ୍ତ ସେବା। କେନ୍ଦୁଝର ଜିଲା ଆଦିତ୍ୟ ବାହିନୀର କ୍ଷତ୍ରିୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଦିତ୍ୟ ବାହିନୀର ବରିଷ୍ଠ କାର୍ୟ୍ୟକର୍ତ୍ତା ରଞ୍ଜନ କୁମାର ବାରିକ ଆଦିତ୍ୟ ବାହିନୀର ସଦସ୍ୟ ବିଜୟ କୁମାର ମହାନ୍ତ ପୁରୀ ଗସ୍ତ କରି ଜଗନ୍ନାଥ ମନ୍ଦିରରୁ ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି ହେବା ପାଇଁ ଫୁଲୁରି ତେଲ ଆଣି ଗୁରୁବାର ଦିନ ମଲ୍ଲୀପଶିରେ ପହଞ୍ଚିବା ପରେ ସେଠାରେ ଅପେକ୍ଷା ରତ କ୍ଷତ୍ରିୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତ, କାର୍ୟ୍ୟାଳୟ ସଚିବ ମନୋରଞ୍ଜନ ମହାନ୍ତ ଦୁର୍ୟ୍ୟୋଧନ ମହାନ୍ତ, ଭାବଗ୍ରାହୀ ମହାନ୍ତ, ପାର୍ଥସାରଥୀ ବେଜ ପ୍ରମୁଖଙ୍କ ସହିତ ମଲ୍ଲୀପଶି ରଥଯାତ୍ରା କମିଟିର ସଦସ୍ୟ ଓ ମା’ ଭଉଣୀମାନେ ଶଙ୍ଖ ହୁଳହୁଳି ପକାଇ ତାଙ୍କୁ ସ୍ୱାଗତ କରିବା ପରେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories