୩ କୋଟିରେ ହେବ ଭୀମକୁଣ୍ଡର ବିକାଶ

ବିଧାୟକଙ୍କ ସ​‌ହ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ଗସ୍ତ

ପାଟଣା: ଭୀମକୁଣ୍ଡର ଉନ୍ନତିକରଣ ସାଙ୍ଗକୁ ଏହାର ବିକାଶ ହେବ। ଏଥିପାଇଁ ମୋଟ ୩କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଉଥିବା ସୂଚନା ମିଳିଛି।
ଆଜି ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଜୋଡି ସ୍ଥିତ ଭୀମକୁଣ୍ଡର ସାମୁହିକ ବିକାଶ କାର୍ଯ୍ୟକୁ ତ୍ବରାନ୍ନିତ କରିବା ପାଇଁ ଆଜି ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ସହ ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ, ପୂର୍ତ୍ତ ବିଭାଗ ଘଟଗାଁର ଅଧିକ୍ଷଣ ଯନ୍ତ୍ରୀ, ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଡୁମୁରିଆ ସରପଞ୍ଚ ଗୌରହରି ନାଏକ, ସମିତି ସଭ୍ୟା ଭୀମକୁଣ୍ଡ ଉନ୍ନୟନ ସମିତିର ରବି ମୁଦି, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପଣ୍ଡା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ପ୍ରମୁଖ ଆଜି ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗ ଦ୍ଵାରା ଭୀମକୁଣ୍ଡ ର ଉନ୍ନୟନ ପାଇଁ ସ୍ଥାପତ୍ୟକାରୀ ସଂସ୍ଥା ଦ୍ଵାରା ଯୋଜନା ପ୍ରସ୍ତୁତ କରିବା ସହ ବଡ କୁଣ୍ଡକୁ ରାସ୍ତା, ମନ୍ଦିର ନିକଟରେ ଉଚ୍ଚ କଂକ୍ରିଟ କାନ୍ଥ, ବଡ଼ମଞ୍ଚ ନିର୍ମାଣ, ଯାନବାହାନ ରହଣି ସ୍ଥଳରେ ଶୌଚାଳୟ, ବିଜୁଳି ଓ ପାଣି ସୁବିଧା ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ କ୍ଷେତ୍ର ପରିଦର୍ଶନ ସହ ଆଲୋଚନା ହୋଇଥିଲା। ଏଥିପାଇଁ ମୋଟ ୩କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଉଥିବା ସୂଚନା ମିଳିଛି।

kalyan agarbati

Comments are closed.