www.samajalive.in
Monday, December 15, 2025
16.1 C
Bhubaneswar

ସ୍ନାୟବିକ ଯନ୍ତ୍ରଣାଦାୟକ ବ୍ୟାଧି ‘ଫାଇବ୍ରୋମାୟାଲଜିଆ’ – ଓଡ଼ିଶାରେ ସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ସହ ବିଭିନ୍ନ ପ୍ରକାର ରୋଗବ୍ୟାଧି ମଧ୍ୟ ସମାଜକୁ ଗ୍ରାସ କରୁଛି ଏବଂ ସମଗ୍ର ବିଶ୍ୱ ସଭ୍ୟତା ପାଇଁ ତାହା ଚିନ୍ତାର କାରଣ ହେଉଛି। ଆଜି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସ୍ୱାସ୍ଥ୍ୟ ସଂକ୍ରାନ୍ତ ଏକ ସଚେତନତା ସୃଷ୍ଟି କର୍ମଶାଳାରେ ଏହା ଉପରେ ଆଲୋଚନା କରି ଫାଇବ୍ରୋମାୟାଲଜିଆ ନାମକ ଏକ ସ୍ନାୟବିକ ଯନ୍ତ୍ରଣାଦାୟକ ବ୍ୟାଧି ଉପରେ ଜୋର୍‌ ଦେଇଛନ୍ତି। ବାହ୍ୟ ଚଳଣି ଯାହା ହୋଇଥାଉ ନା କାହିଁକି ସବୁ ଗାଆଁ ବା ସହରରେ ଶହଶହ ମଣିଷଙ୍କ ଠାରେ ଏହି ବ୍ୟାଧି ପୁରୁଣା ହୋଇଗଲାଣି। ସେମାନେ ଯନ୍ତ୍ରଣାକୁ ସାଥୀ କରି ଜୀଉଁଛନ୍ତି। ଏହି ଯନ୍ତ୍ରଣା ପରିଚାଳନା ପାଇଁ କୌଣସି ସାମୂହିକ ଉଦ୍ୟମ ନାହିଁ କି ପାରସ୍ପରିକ ଯୋଗାଯୋଗ ନଥିବାରୁ ତାହା ଅଜାଗା ଘାଆ ଭଳି ଜନମାନସରେ ଲୁଚି ରହିଯାଉଛି ବୋଲି ମନୋଚିକିତ୍ସକ ମତ ଦେଇଛନ୍ତି। ତେବେ ସ୍ନାୟୁତତ୍ତ୍ୱ ଚିକିତ୍ସକମାନେ ମତ ଦେଇଛନ୍ତି ଯେ ଏ ବ୍ୟାଧିର ଜଟିଳ ଉପଚାର ରହିଛି। ଯଥାସମୟରେ ଚିହ୍ନଟ ହେବା ସହ ଚିକିତ୍ସାରେ ରହିଲେ, ସେହିସମସ୍ତେ ଏକ ଯନ୍ତ୍ରଣାମୁକ୍ତ ଜୀବନ ବଞ୍ଚିପାରିବେ। ଭାରତର ଛଅଟି ରାଜ୍ୟରେ ଏହି ରୋଗର ପ୍ରଭାବ ରହିଥିବାରୁ ପ୍ରଥମ ପର୍ଯ୍ୟାୟରେ ସେଗୁଡ଼ିକରେ ସଚେତନତା ପ୍ରସାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶାରେ ‘ଅମୃତଧାରା ଟ୍ରଷ୍ଟ’’ ଏହି ଅଭିଯାନକୁ ଆରମ୍ଭ କରିଥିବା ବେଳେ ଏଥିରେ ଡାକ୍ତର, ଡାକ୍ତରୀ ଛାତ୍ର, ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ୟ୍ୟରତ କର୍ମୀ ଓ ସଂଗଠନ, ସରକାରୀ ସ୍ୱାସ୍ଥ୍ୟ ଅଧିକାରୀ, ଗଣମାଧ୍ୟମ, ନିର୍ବାଚିତ ଜନପ୍ରତିନିଧି ସାମିଲ ହୋଇଛନ୍ତି।
ବରିଷ୍ଠ ସେବାନିବୃତ୍ତ ପ୍ରଫେସର ଡାକ୍ତର ଅମୋଦ ଚନ୍ଦ୍ର ମହାକୁରଙ୍କ ନେତୃତ୍ୱରେ ବିବିଧ ସ୍ୱାସ୍ଥ୍ୟ ସଚେତନତା କାର୍ୟ୍ୟକ୍ରମ ମଧ୍ୟରେ ଏହି କ୍ରୋନିକ୍‌ ଯନ୍ତ୍ରଣାଦାୟକ ବ୍ୟାଧି ଫାଇବ୍ରୋମାୟାଲଜିଆ ଉପରେ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି। ଲୋକେ କମ୍‌ ଜାଣିଥିବା ଓ କମ୍‌ ବୁଝୁଥିବା ଏ ବ୍ୟାଧିର ଉପଚାର ସଚେତନତା ଉପରେ ସ୍ନାୟୁତତ୍ତ୍ୱ, ବାତବ୍ୟାଧିତତ୍ତ୍ୱ, ସ୍ନାୟୁଶଲ୍ୟ, ବୃକ୍‌କବିଜ୍ଞାନ, ସ୍ନାୟୁମନୋଚିକିତ୍ସା ବିଶାରଦମାନେ ଆଲୋଚନା କରିଥିଲେ। ଏହି ବ୍ୟାଧି ଜନସଂଖ୍ୟାର ପ୍ରାୟ ୩ରୁ ୫ ପ୍ରତିଶତଙ୍କ ମଧ୍ୟରେ ଦେଖାଦେଉଛି। ପୁରୁଷ ମାନଙ୍କ ଅପେକ୍ଷା ମହିଳାମାନଙ୍କ ଠାରେ ସାତ ଗୁଣ ଅଧିକ ରିସ୍କ ରହିଛି। ମାତ୍ର ସୁନା ପରଖିଲା ଭଳି କୌଣସି ସହଜ ନିଦାନ ବ୍ୟବସ୍ଥା ନଥିବାରୁ ବିନା ନିଦାନରେ ସଂପୃକ୍ତ ରୋଗୀମାନଙ୍କ ପରିବାର ଏ ଉପଚାରକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ମହିଳାମାନଙ୍କ ସ୍ୱାସ୍ଥ୍ୟକୁ କୌଣସି ସ୍ଥିତିରେ ବି ଅଣଦେଖା କରାଯାଇପାରିବ ନାହିଁ। ତେଣୁ ବହୁବିଭାଗୀୟ ଚିକିତ୍ସାବିଜ୍ଞାନୀମାନଙ୍କର ହସ୍ତକ୍ଷେପ ଲୋଡ଼ା ହେଉଛି। ଡାକ୍ତରମାନେ ଆହୁରି କହିଛନ୍ତି ଯେ ରୋଗୀମାନଙ୍କର ମନସ୍ତାତ୍ତ୍ୱିକ ଓ ସାମାଜିକ ଥଇଥାନ ନିହାତି ଆବଶ୍ୟକ। ଟ୍ରଷ୍ଟର ସଂପାଦକ ଡାକ୍ତର ଧରିତ୍ରୀ ମହାକୁର ସଂଚାଳନ କରିଥିବା ବେଳେ ଅଧିବେଶନ ପରିଚାଳନା କରିଥିଲେ ଅନ୍ୱେଷା ଅଧ୍ୟୟନ ଷ୍ଟ୍ରାଟେଜିଜ୍‌ର ନିର୍ଦେଶକ ଅମଳିନ ପଟ୍ଟନାୟକ। କଟକ ବଡ଼ଡାକ୍ତରଖାନାର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅମୀୟ ଗୌଡ଼, ସ୍ନାୟୁତତ୍ତ୍ୱ ଡାକ୍ତର ଶୁଭଙ୍କର ମିଶ୍ର, ଡାକ୍ତର ପ୍ରିୟବ୍ରତ ନାୟକ, ମନୋଚିକିତ୍ସକ ଡାକ୍ତର ସୁଜାତା ସାହୁ, ଭେଲୋର ବଡ଼ଡାକ୍ତରଖାନାର ବାତବ୍ୟାଧି ବିଶେଷଜ୍ଞ ଡାକ୍ତର ଅଜିତ୍‌ ସୁରିନ୍‌ ଆଲୋଚନାଚକ୍ରରେ ଭାଗ ନେଇଥିବା ବେଳେ ସୁଶ୍ରୀ ଅନ୍ୱିତା ଦିବ୍ୟାଂଶୀ ଧନ୍ୟବାଦ ଦେଇଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories