www.samajalive.in
Friday, December 12, 2025
15.1 C
Bhubaneswar

ସଲମାନଙ୍କୁ ନିଦରୁ ଉଠାଇବାରେ ମାହିର୍ ଆହିଲ୍

ବଲିଉଡର ସୁଲତାନ ସଲମାନ୍ ଖାନ୍ ସବୁଠୁ ଅଧିକ ନିଜ ପରିବାର ଲୋକଙ୍କ ଇଚ୍ଛାକୁ ପ୍ରାଧାନ୍ୟ ଦିଅନ୍ତି ବୋଲି ସମସ୍ତେ ଜାଣନ୍ତି। ତେବେ ଦବଙ୍ଗ ଖାନ୍‌ଙ୍କୁ କୌଣସି କଥା ପାଇଁ ବୁଝାଇବାର ଥିଲେ, ପରିବାର ଲୋକେ ସାନ ଝିଅ ଅର୍ପିତାକୁ ହିଁ ଏସବୁ କରିବାର ଦାୟିତ୍ବ ଦିଅନ୍ତି। କାରଣ ଅର୍ପିତା ସାନ ହୋଇଥିବା କାରଣରୁ ଭାଇଙ୍କୁ ବେଶ୍ ଗେହ୍ଲାରେ ସବୁକଥା ବୁଝାଇ ପାରନ୍ତି। ଅନ୍ୟପାଖେ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ଭଲଭାବେ ଜାଣନ୍ତି, ସଲମାନ୍ ବିଶ୍ରାମ ନେଉଥିବାବେଳେ ତାଙ୍କୁ ଅଧା ନିଦରୁ ଉଠାଇଲେ ସେ ଘରେ ପ୍ରଳୟ କରନ୍ତି। ଏଣୁ ଏଇ ସମୟରେ କେହି ମଧ୍ୟ ଏ କାମ କରିବାକୁ ଦୁଃସାହସ କରନ୍ତି ନାହିଁ। ତେବେ ଆଜିକାଲି ସଲମାନ୍‌ ଅଧା ନିଦରୁ ଉଠିବା ପାଇଁ ଏକରକମ ବାଧ୍ୟ ହେଉଛନ୍ତି। କାରଣ ଅର୍ପିତାଙ୍କ କୁନି ପୁଅ ଆହିଲ୍ ହିଁ ମାମୁଁଙ୍କୁ ନିଦରୁ ଉଠାନ୍ତି ତା’ ସଙ୍ଗେ ଖେଳିବା ନିମନ୍ତେ। ସଲମାନ୍ ମଧ୍ୟ ସୁନା ପୁଅ ପରି ଉଠି ଭଣଜା ସହ ଖେଳିବାରେ ଲାଗିପଡ଼ନ୍ତି। ଅର୍ପିତାଙ୍କ ସ୍ବାମୀ ଆୟୁଷ ଶର୍ମାଙ୍କ ସିନେକ୍ୟାରିୟରର ଆରମ୍ଭର ଦାୟିତ୍ବ ମଧ୍ୟ ସଲମାନ୍ ନେଇଛନ୍ତି। ଏବେ ଆବୁଧାବିରେ ନିଜ ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଥିବା ସଲମାନ୍ ଖୁବ୍ ଶୀଘ୍ର ମୁମ୍ବଇ ଫେରିବେ ବୋଲି ଶୁଣାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories