www.samajalive.in
Thursday, December 11, 2025
16.1 C
Bhubaneswar

କେନ୍ଦ୍ରୀୟ ସଂଚାର ବ୍ୟୁରୋ କେନ୍ଦୁଝର ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଡେସ୍କ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ କେନ୍ଦୁଝର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ୨ ଦିନିଆ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୨ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ଝାଡବେଲଦା ସ୍ଥିତ ସନ୍ତୋଷୀ ମା’ ଆଞ୍ଚଳିକ ଜୁନିୟର କଲେଜରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ଯୋଗଦିବସ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜ୍ ଅଧ୍ୟକ୍ଷ ସତ୍ୟ ନାରାୟଣ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଡାକ୍ତର ବିମଳ କୁମାର ରାଉତ, ଯୋଗ ପ୍ରଶିକ୍ଷକ କ୍ଷୀରୋଦ ଚନ୍ଦ୍ର ଘଡେଇ ଓ ତୁଳସୀ ଚରଣ ମହନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଡାକ୍ତର ଶ୍ରୀ ରାଉତ ଯୋଗ କରିବା ଦ୍ୱାରା ମଣିଷ ସୁସ୍ଥ ଶରୀର ଲାଭ କରିବା ସହ ମାନସିକ ଏକାଗ୍ରତା ହାସଲ କରିପାରିଥାଏ ବୋଲି ମତ ବ୍ୟକ୍ତ କରିଥିଲେ। ସେହିପରି କାର୍ଯ୍ୟକ୍ରମର ମୁଖ୍ୟ ଅଂଶ ସ୍ୱରୂପ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଯୋଗ ପ୍ରଶିକ୍ଷକ ଶ୍ରୀ ଘଡେଇ ଖୁବ୍‍ ସୁନ୍ଦର ଓ ସାବଲୀଳ ଭାବରେ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ବୁଝାଇଥିଲେ। ଯୋଗ ପ୍ରଶିକ୍ଷକ ଶ୍ରୀ ଘଡେଇ ଛାତ୍ରଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଯୋଗର ବିଭିନ୍ନ ମାହାତ୍ମ୍ୟ ବିଷୟରେ ବୁଝାଇବା ସହ ବିଭିନ୍ନ ମୁଦ୍ରା ଶିଖାଇଥିଲେ।

- Advertisement -

ଏହି କାର୍ଯ୍ୟକ୍ରମର ପ୍ରାକ୍‍ କର୍ମଶାଳାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। କେନ୍ଦୁଝର କ୍ଷେତ୍ର କାର୍ଯ୍ୟାଳୟର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକ୍‍ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର ପରିଚାଳନା କରିଥିଲେ। ଏହି ଅବସରରେ ବାଲେଶ୍ୱର ଜିଲ୍ଲାରୁ ଆସିଥିବା ଶ୍ରଦ୍ଧା କ୍ରିଏଟିଭ୍‍ ଆର୍ଟ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories