www.samajalive.in
Monday, December 8, 2025
27.1 C
Bhubaneswar

ପିପିଲିରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପିପିଲି: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମଙ୍ଗଳବାର ସକାଳେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଇନ୍ଦିରା ମଇଦାନ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲା ସେବା ପ୍ରମୁଖ ତଥା ଯୋଗଗୁରୁ ବଂଶୀଧର ସାହୁ ଓ ପିପିଲିର ଯୋଗଗୁରୁ ସଞ୍ଜୟ କୁମାର ନନ୍ଦୀ ପ୍ରମୁଖ ଉକ୍ତ ଶିବିରରେ ଯୋଗଦେଇ ଯୋଗର ଉପକାରିତା ସଂପର୍କରେ ପ୍ରକାଶ କରିବା ସହ ବିଭିନ୍ନ ରୋଗର ନିରାକରଣ ନିମନ୍ତେ ବିଭିନ୍ନ ପ୍ରକାର ଯୋଗର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପିପିଲି ମହାବିଦ୍ୟାଳୟ ଏନ୍‍ସିସି ବିଭାଗର ଅଧ୍ୟାପକ ଆଦିତ୍ୟ ପ୍ରସାଦ ରଥ, ସ୍ଥାନୀୟ ଇନ୍‍ଫୋର୍ସ ଏକାଡେମୀର ମୁଖ୍ୟ ସରୋଜ ସ୍ୱାଇଁ, ସଂଘର କାର୍ଯ୍ୟକର୍ତ୍ତା ସଂଜୀବ କୁମାର ସେଠୀ, ପ୍ରଦୀପ୍ତ କୁମାର ଘଡେଇ, ସୁଜିତ ବାରିକ, ସମାଜସେବୀ ଗଙ୍ଗାଧର ନାୟକ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଆଭିମୁଖ୍ୟ ଓ ଯୋଗର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଶିବିରରେ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ ବରିଷ୍ଠ ନାଗରିକ ମାନେ ଯୋଗଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories