ଜଙ୍ଗଲ ଜମି ବିବାଦକୁ ନେଇ ଗୋଷ୍ଠି ସଂଘର୍ଷ ଘଟଣା, ଜିଲାପାଳଙ୍କ ଦ୍ୱାରସ୍ତ ହେଲେ ଥୁଆଙ୍ଗପଦର ଗ୍ରାମବାସୀ
ଲାଞ୍ଜିଗଡ: ଗତକାଲି ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ବିଜେପୁର ପଞ୍ଚାୟତର ସିନ୍ଧିଭଟା ଗାଁ ଓ ଲାଖବାହାଲି ପଞ୍ଚାୟତର ଥୁଆଙ୍ଗପଦର ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲଜମିରେ ଚାଷ କରିବାକୁ ନେଇ ଗୋଷ୍ଠି ସଂଘର୍ଷ ହୋଇଥିଲା । ଏହି ସଂଘର୍ଷ ଏତେ ଭୟଙ୍କର ଥିଲା ଯେ ଉଭୟ ଗାଁର ପୁରୁଷ ମହିଳା ଯିଏ ଯାହା ପାଇଲା ସିଏ ସେଥିରେ ପିଟିଲା । ଅନେକ ଲୋକ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ମଧ୍ୟ ମାରପିଟ ହୋଇଥିଲେ। ଏଥିରେ ଉଭୟ ଗାଁର ୪୦ରୁ ଉର୍ଦ୍ଧ ଲୋକ ଆହାତ ହୋଇଥିବା ବେଳେ ଅନେକ ଲୋକ ଲାଞ୍ଜିଗଡ, ବିଶ୍ୱନାଥପୁର,ବେନଗାଁ, ବଙ୍କାକୁଣ୍ଡ୍ରୁ ଓ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଥୁଆଙ୍ଗପଦରର ୨୦ରୁ ଅଧିକ ଲୋକ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ବେଳେ କାହାର ହାତ ଭାଙ୍ଗି ଯାଇଛି ତ କାହାର ଗୋଡ ଭାଙ୍ଗି ଯାଇଛି କାହା ମୁଣ୍ଡରୁ ରକ୍ତଶ୍ରାବ ବନ୍ଦ ହେଉନାହିଁ । ସେହିଭଳି ସିନ୍ଧଭଟାର ମଧ୍ୟ ଅନେକ ଆହାତ ଓ ଗୁରୁତର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ହେଲେ ଏହି ଦୁଇ ଗାଁ ମଧ୍ୟରେ ଦୀର୍ଘବର୍ଷ ହେଲା ପାଟିତୁଣ୍ଡ ଲାଗିରହିଛି । ଏହି ଦୁଇ ଗାଁର ଲୋକେ ସିନ୍ଧଭଟା ଗାଁ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଜମି ଭାଗକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଝଗଡା ଲାଗି ରହୁଥିଲା। ଅନେକ ବାର ପୁଲିସ,ବ୍ଲକ ପ୍ରଶାସନ,ବନବିଭାଗ ଓ ଜନପ୍ରତିନିଧି ମାନେ ଯାଇ ବୁଝାସୁଝା ପରେ ମଧ୍ୟ କୈାଣସି ସୁଫଳ ମିଳିନଥିଲା। ଗତ ଦୁଇବର୍ଷ ତଳେ ବିଜେପୁର ଥାନାଧିକାରୀ ଦୁଇ ଗ୍ରାମବାସିଙ୍କୁ ଡାକି ସଂରକ୍ଷିତ ଜଙ୍ଗଲରେ କୈାଣସି ଲୋକ ଚାଷ କରିପାରିବେ ନାହି ବୋଲି ଲେଖାପଢ଼ା ମଧ୍ୟ ହୋଇଥିଲା। ହେଲେ ଗତକାଲି ସକାଳୁ ଦୁଇଗ୍ରାମ ବାସି ଏହି ଜଙ୍ଗଲଜମିକୁ ନେଇ ପୁଣି ବିବାଦ ଦେଖା ଦେଇଥିଲା। ଏହି ବିବାଦ ଉଗ୍ରରୁପ ଧାରଣ କରି ଗୋଷ୍ଠି ସଂଘର୍ଷରେ ପରିଣତ ହୋଇଥିଲା । ଏହାକୁ ନେଇ ସିନ୍ଧିଭଟା ଗ୍ରାମବାସୀ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଥୁଆଙ୍ଗପଦର ଗ୍ରାମବାସି କଳାହାଣ୍ଡି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ସଂରକ୍ଷିତ ଜଙ୍ଗଲରେ ଆମ ପୁର୍ବ ପୁରୁଷରୁ ଚାଷ କରି ଆସୁଛୁ ଏଠାରେ ଆମେ ବସବାସ ମଧ୍ୟ କରୁଛୁ ଆମେ ଭୁମିହିନ ଏଥିରେ ଚାଷ ନକଲେ ଆମେ ଚଳିବୁ କେମିତି ? ଆମ ପରିବାର ପ୍ରତିପୋଷଣ କରିବୁ କେମିତି ? ଏଣୁ ଏହି ଜଙ୍ଗଲଜମିରେ ଆମର ଅଧିକାର ଅଛି ଏଣୁ ସେହି ଅଧିକାର ଆମକୁ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ହେଲେ ବିଶ୍ୱନାଥପୁର ରେଞ୍ଜର ନରତ୍ତମ ମାଝୀଙ୍କ କହିବା ଅନୁସାରେ ସଂରକ୍ଷିତ ଜଙ୍ଗଲରେ କାହାର ଅଧିକାର ନଥାଏ। ଏହା ସରକାରଙ୍କ ସମ୍ପତି ହେଲେ ବର୍ତ୍ତମାନ ମୁଁ ନୂତନ ଭାବରେ ଏହି ବ୍ଲକରେ ଯୋଗଦେଇଛି। କ୍ଷେତ୍ର ପରିଦର୍ଶନ କଲାପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଥିବା ବେଳେ ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୁଁନ୍ନାଗାଁ ଏହି ଦୁଇ ଗାଁର ଗୋଷ୍ଠି କନ୍ଦଳ ଦୀର୍ଘଦିନରୁ ରହିଛି, ଅନେକ ଥର ବାରଣ ସତ୍ବେ ମଧ୍ୟ ସେହି ଜଙ୍ଗଲରେ ଚାଷ କରୁଛନ୍ତି ଓ ନିଜ ନିଜ ମଧ୍ୟରେ ମାଡ଼ପିଟ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ ।
Comments are closed.