ନକ୍ସଲ ଦମନ ରଣନୀତି: ଆନ୍ଧ୍ର-ଓଡ଼ିଶା ପୁଲିସ ବୈଠକ
ଭୁବନେଶ୍ୱର : ଆସନ୍ତା ପାର୍ବଣ ପୂର୍ବରୁ ନକ୍ସଲ୍ ଦମନ ପାଇଁ ଆନ୍ଧ୍ର ଓ ଓଡିଶା ପକ୍ଷରୁ ମିଳିତ ରଣନୀତି ବୈଠକ ଅନୁଷ୍ଠିତ ଆରମ୍ଭ ହୋଇଛି। ଏହି ବୈଠକରେ ଆନ୍ଧ୍ର – ଓଡିଶା ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀମାନେ ଯୋଗ ଦେଇଛନ୍ତି । ଆନ୍ଧ୍ରପ୍ରଦେଶରେ ନିକଟରେ ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ନକ୍ସଲମାନେ ହତ୍ୟା କରିବା ପରେ ଓଡ଼ିଶା-ଆନ୍ଧ୍ର ସୀମାରେ ହାଇଆଲର୍ଟ ଜାରି କରାଯାଇଥିଲା। ତେଣୁ ନକ୍ସଲ ଦମନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ସମନ୍ବୟ ଓ ଗୁଇନ୍ଦା ସୂଚନା ବିନିମୟ ଉପରେ ଗୁରୁତ୍ବ ଆରୋପ କରାଯିବ ବୋଲି ସୂଚନା ମିଳିଛି।