www.samajalive.in
Saturday, December 13, 2025
14.1 C
Bhubaneswar

ରଣବୀରଙ୍କ ଉପରେ ଖପ୍ପା ପ୍ରଶଂସକ

ମୁମ୍ବଇ: ରଣବୀର କପୁରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହାକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଥିବା ବେଳେ ଟ୍ରେଲରର ଟିକ୍‌ନିକ୍‌ କଥାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଇତି ମଧ୍ୟରେ କିଛି ଦର୍ଶକଙ୍କ ଧ୍ୟାନ ଯାଇଛି ରଣବୀର କପୁରଙ୍କ ଶିବା ଚରିତ୍ର ଉପରକୁ, ଯିଏ କି ଜୋତା ପିନ୍ଧି ମନ୍ଦିର ଘଣ୍ଟି ବଜାଉଥିବା ଦେଖିବାକୁ ମିଳିଛି। ଏବେ ଏହାକୁ ନେଇ ନାରାଜ ହୋଇଛନ୍ତି କିଛି ପ୍ରଶଂସକ। ଏହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ମଧ୍ୟ କହିଛନ୍ତି ଦର୍ଶକ।


ଫିଲ୍ମର ଟ୍ରେଲରରେ ରଣବୀର କପୁର ମନ୍ଦିରରେ ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ନଜରକୁ ଆସିବା ପରେ ରାଗି ଖପ୍ପା ହୋଇଛନ୍ତି ଦର୍ଶକ। ଅନେକ ସୋସିଆଲ ମିଡିଆ ୟୁଜର ରଣବୀର ଓ ‘ବ୍ରହ୍ମାସ୍ତ୍ର’ର ନିର୍ମାତାଙ୍କୁ ଗାଳି ମଧ୍ୟ କରିଛନ୍ତି। କିଛି ୟୁଜରଙ୍କ କହିବା କଥା, ଟ୍ରେଲରଟି ଭଲ ଥିଲା କିନ୍ତୁ ନିର୍ମାତା ଏହି ଜୋତା ଦୃଶ୍ୟ ପ୍ରତି ଧ୍ୟାନ ଦେବା ଉଚିତ ଥିଲା। ଅପରପକ୍ଷେ ଆଉ ଜଣେ ୟୁଜର ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍‌ କରି କହିଛନ୍ତି, ଏହା ଦ୍ବାରା ଲୋକଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରାଯାଇଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

- Advertisement -


ସୂଚନାଯୋଗ୍ୟ, ରଣବୀର କପୁର-ଆଲିଆ ଭଟ୍ଟ ଅଭିନୀତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ଅୟାନ ମୁଖାର୍ଜୀ। ଚଳିତ ବର୍ଷ ସେପ୍ଟେମ୍ବର ୯ ତାରିଖରେ ପରଦାକୁ ଆସିବ ‘ବ୍ରହ୍ମାସ୍ତ୍ର’।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories