www.samajalive.in
Friday, December 12, 2025
19.1 C
Bhubaneswar

ଉତ୍ତରକୋରିଆରେ ବ୍ୟାପିଛି ଆଉ ଏକ ମହାମାରୀ- ପ୍ରବଳ ପେଟଯନ୍ତ୍ରଣା ସହ ଏପରି କଷ୍ଟ ପାଉଛନ୍ତି ଆକ୍ରାନ୍ତ

ପୋଙ୍ଗୟାଙ୍ଗ – କୋଭିଡ୍‌ ପରେ ଉତ୍ତରକୋରିଆରେ ଆଉଏକ ମହାମାରୀ ବ୍ୟାପିଥିବା କଥା ସୂଚନା ମିଳିଛି । ଏଥିରେ ଲୋକମାନଙ୍କର ପେଟ ସମସ୍ୟା ଦେଖା ଯାଉଥିବା ଉତ୍ତରକୋରିଆ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ବ୍ୟକ୍ତିମାନଙ୍କର କ୍ଷୁଦ୍ରାନ୍ତରେ ସମସ୍ୟା ଦେଖାଉଛି । ଅନ୍ତନାଡୀରେ ସଂକ୍ରମଣ ଯୋଗୁଁ ଲୋକମାନେ ପ୍ରବଳ କଷ୍ଟ ପାଉଛନ୍ତି । ଜୁନ୍‌ ୧୬ ତାରିଖରେ ଉତ୍ତରକୋରିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମାତ୍ର ଏହା କେତେ ଭୟାନକ ସେ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ । ଉତ୍ତରକୋରିଆର ଶାସକ କିମ୍‌ ତାଙ୍କ ପରିବାର ପାଇଁ ସଂରକ୍ଷିତ ଥିବା ବିଭିନ୍ନ ଔଷଧ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦାନ କରିଥିବା ସେଠାକାର ସରକାରୀ ଖବରସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । କୋରିଆନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ଏ ବିଷୟରେ ଖବର ପ୍ରକାଶିତ କରାଯାଇଛି । ଆକ୍ରାନ୍ତଙ୍କ ନିକଟରେ ଟାଇଫଏଡ୍‌, ଡିସେଣ୍ଟ୍ରି ଏବଂ କଲେରା ପରି ଲକ୍ଷଣ ଦେଖାଯିବା ସହ ପେଟରେ ଯନ୍ତ୍ରଣା ହେଉଛି ।

- Advertisement -

ପ୍ରଦୂଷିତ ଖାଦ୍ୟ ଏବଂ ପାଣିରେ ଏହା ବ୍ୟାପୁଥିବା ଅନୁମାନ କରାଯାଉଛି । ଏପରି ରୋଗ ସାଧାରଣତଃ ଉତ୍ତରକୋରିଆରେ ବାରମ୍ବାର ବ୍ୟାପିଥାଏ । ସେଠାରେ ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ୧୯୯୦ରୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନଥିବା ଅଭିଯୋଗ ହୋଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories