www.samajalive.in
Sunday, December 14, 2025
19.1 C
Bhubaneswar

କଖଡି ପଞ୍ଚାୟତରେ ଆଇନ ସଚେତନତା ଶିବିର

ଗୁରୁଡ଼ିଝାଟିଆ: କଖଡି ପଞ୍ଚାୟତ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ସରପଞ୍ଚ କଳ୍ପନା ଛତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଆଠଗଡ଼ ବାର ଆସୋସିଏସନର ସଭାପତି ସତ୍ୟେନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଇନର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହିତ ଆଇନ ସମସ୍ତଙ୍କ ପାଇଁ ସମାନ, କେଉଁମାନେ ତାଲୁକସ୍ତରୀୟ ଆଇନସେବା ପକ୍ଷରୁ ସହାୟତା ପାଇପାରିବେ ସେ ସଂପର୍କରେ କହିଥିଲେ।

ଆଠଗଡ଼ ବାର କାଉନସିଲର ପୂର୍ବତନ ସଂପାଦକ ମନୋରଞ୍ଚନ ମହାନ୍ତି, ଆଇନଜୀବି ଶିଶିର କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ ଓ କଖଡି ଗ୍ରାମ୍ୟ କମିଟି ସଭାପତି ଦିଲ୍ଲିପ ଛତାର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଶିବିରରେ ପଞ୍ଚାୟତର ଜନସାଧାରଣଙ୍କ ବିଭିନ୍ନ ସମାସ୍ୟାର ସମାଧାନ କରାଯାଇଥିଲା। ମାୟାଧର ଦଳାଇ, ପ୍ରଫୁଲ କୁମାର ମୁଦୁଲି, ବିଷ୍ଣୁଚରଣ ମହାରଣା, ଗଙ୍ଗାଧର ବେହେରା, ରଞ୍ଜନ କୁମାର ମୁଦୁଲି, ବ୍ରଜରାଜ ଖଟୁଆ, ସୁରେନ୍ଦ୍ର ମହାନ୍ତି, ଅନାମ ଚରଣ ସାହୁ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories