ପାପଡାହାଣ୍ଡି -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଲା ଗ୍ରାମ ଠାରେ ପହିଲି ରଜକୁ ଧୂମଧାମରେ ପାଳନ କରାଯାଇଛି ।ଏହି କାର୍ଯ୍ୟକ୍ରମ ସେମଲା ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଆଦିବାସୀ ବହୁଳ ଅଂଚଳରେ ରଜକୁ ଆଡମ୍ଭର ଭାବେ ପାଳନ କରୁଥିବା ଯୋଗୁଁ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଅତିଥି ମନେ ତାଙ୍କ ବ୍ୟକ୍ତବ୍ୟ ରେ କହିଥିଲେ | ରଜ ଅବସରରେ ଛୋଟ ଛୋଟ ଝିଅ ମନେ ନୃତ୍ୟ ପରିବେଷଣ କରିବା ସହ ଗ୍ରାମର ସମସ୍ତ ମହିଳା ଏବଂ ଝିଅ ମାନେ ପୋଡ଼ ପିଠା ସହ ବଂ ବିଭିନ୍ନ ରକମର ପିଠା ତିଆରି କରି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ | ରାଧା କୃଷ୍ଣ ବେଶରେ ସଜିତ ଙ୍କୁ ଦଳି ରେ ବସି ଝୁଲାଇ ଥିଲେ |
ସ୍ଥାନୀୟ ସରପଞ୍ଚ ଟଙ୍କଧର ଭତ୍ରା ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ରଜ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପରିଷଦ ଅଧକ୍ଷ ମୋତିରମ ନାୟକ ,ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ



