www.samajalive.in
Monday, December 15, 2025
16.1 C
Bhubaneswar

ବୌଦ୍ଧ ବ୍ଳକସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ: ବୌଦ୍ଧ ବ୍ଳକ ସ୍ତରୀୟ ଜୁନମାସର ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିବା ପ୍ରଥମ ଦିନ ଜୁନ ୧୭ରୁ  ୨୦୨୨-୨୩ ବର୍ଷର ପ୍ରଥମ ଦିନ ଧରାଯିବ । ପ୍ରଥମ ଦିନରେ  ପ୍ରଧାନଶିକ୍ଷକ ମାନେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଶିକ୍ଷଣ ପ୍ରସ୍ତୁତି ବୈଠକ କରିବେ । ପାଠ୍ୟ ଯୋଜନା, ବିଷୟ ଅନୁସାରେ ଓ ଶ୍ରେଣୀ ଅନୁସାରେ ସମୟ ସାରଣୀ ପ୍ରସ୍ତୁତ କରିବା ସହିତ ନିୟମିତ ଲେସନ ଡାଏରୀ ଲେଖିବେ ।

ପ୍ରତି ଶ୍ରେଣୀ ଗୃହରେ ସମୟ ସାରଣୀ ଲଗାଇବେ । ବିଦ୍ୟାଳୟ ପରିସ୍କାର ପରିଚ୍ଛନ୍ନ ରଖିବା ସହ ଅନାବଶ୍ୟକ ସାମଗ୍ରୀ ରଖିବେ ନାହିଁ । ପ୍ରଧାନ ଶିକ୍ଷକ ଶ୍ରେଣୀ ତଦାରଖ କରିବେ  ଓ ପ୍ରତି  ମାସର ଦ୍ୱିତୀୟ ଶିନବାର ଅଭିଭାବକ ବୈଠକ କରିବେ । ହରିପୁର, ଓଲଣ୍ଡା, ଝାରମୁଣ୍ଡା, ପଞ୍ଜନା, ନୂଆପାଲି, ରକ୍ସା, ସୁନାଝରୀ, ପାଟଳିପଡା, ଇାହାଯୋର, ହିଲୁଙ୍ଗ, ଗୋବିନ୍ଦପୁର, ଟୁଟୁସିଙ୍ଗା, କାଦପଦର, ପଦ୍ମନପୁର, ଦେଓବନ୍ଧ, କୁମରକାନି, ବୁଟୁପାଲି, କରଡାପଡା ଆଦି ବିଦ୍ୟାଳୟ ଗୁଡିକ ଘରୋଇ ବ୍ୟକ୍ତିଙ୍କ ନାମରେ ବିଦ୍ୟାଳୟ ଜମି ରହିଥିବାରୁ ଉକ୍ତ ଜମିକୁ ବିଦ୍ୟାଳୟଗୁଡିକ ନାମରେ କରିବାକୁ ପରାମର୍ଶ ଦେଇଥିଲେ  । ସହ ଶିକ୍ଷା ଗୋଷ୍ଠି ଅଧିକାରୀ କମଳାକାନ୍ତ ଦଳବେହେରା, ବେସଲାଇନ ପ୍ରରିକ୍ଷଣ ଓ ମୋ ସ୍କୁଲ ଅଭିଯାନର ବ୍ୟୟ ବିବରଣୀ ଉପରେ ଆଲୋଚନା କରିଥିଲେ ।

- Advertisement -

ଅଖିଳ କୁମାର ପ୍ରଧାନ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଉପରେ ଆଲୋଚନା କରିଥିଲେ । ସିଆରସିସି ରାଜକୁମାର ପ୍ରଧାନ ମୋ ସ୍କୁଲ ଅଭିଯାନରେ ଯେଉଁ ପ୍ରୋଜେକ୍ଟ କାମ ସରିଛି ତାର ବିନିଯୋଗପତ୍ର ପ୍ରଦାନ କରିବା ଓ ନୂତନ ପ୍ରୋପଜାଲ ଅନ ଲାଇନ  ମାଧ୍ୟମରେ କରିବାକୁ ପଡିବ ବୋଲି ସୂଚନା ଦେଇଥିଲେ । ସିଆରସିସି ଲବ କିଶୋର ପ୍ରଧାନ ଧନ୍ୟବାଦ ପ୍ରଦାନ ଦେଇଥିଲେ ।  ପ୍ରଧାନ ଶିକ୍ଷକ ରଞ୍ଜନ ଦଣ୍ଡସେନା, ବାସନ୍ତୀ ପାଢୀ, ସୁବାସିନୀ ତରିଆ, ସୌଦାମିନୀ ସେଠୀ, ଅକ୍ଷୟ କୁମାର ରଥ, ସୁରେଶ କୁାମର ଦାଶ, ଲଲିତ ଦେହୁରୀ, ସରୋଜ କୁମାର ସାହୁ, ଦାମୋଦର ବହିଦାର, ସୂର୍ଯ୍ୟମଣୀ ପଟ୍ଟନାୟକଙ୍କ ସମେତ ସମସ୍ତ ସିଆରସିସିମାନେ ଉପସ୍ଥିତ ଥିଲେ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories