www.samajalive.in
Sunday, December 14, 2025
14.1 C
Bhubaneswar

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ

ଲାଞ୍ଜିଗଡ : ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ନିଜ ଗସ୍ତର ଦ୍ୱିତୀୟ ଦିନରେ ମାଓ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ଗସ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ମନ୍ତ୍ରୀ ଭବାନୀପାଟଣା ସର୍କିଟ ହାଉସରୁ ବାହାରି ପ୍ରଥମେ ଭଟାଙ୍ଗପଦର ଗ୍ରାମପଞ୍ଚାୟତ ଗସ୍ତ କରିଥିଲେ। ଏହି ଅବସରରେ ରୂପାନ୍ତରିତ ଭଟାଙ୍ଗପଦର ସ୍ମାର୍ଟ ହାଇସ୍କୁଲ ପରିଦର୍ଶନ କରିଥିଲେ।

ମନ୍ତ୍ରୀଙ୍କ ସହିତ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଆଜି ଗସ୍ତରେ ସାମିଲ ହୋଇଥିଲେ। ଭଟାଙ୍ଗପଦରଠାରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀ, ସମିତିସଭ୍ୟ ରୂପେନ୍ ଛତ୍ରିଆ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ମନ୍ତ୍ରୀ ଲାଞ୍ଜି ଗ୍ରାମପଞ୍ଚାୟତର ଦୁର୍ଗମ ତଳ ନଙ୍ଗଲବାହାଲି ଗାଁର ଆଠଗୋଟି ଆଦିବାସୀଙ୍କୁ ଥଇଥାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାପିତ ବିକାଶନଗର ଗସ୍ତ କରିଥିଲେ। ସେଠାରେ ସରପଞ୍ଚ ଯମୁନା ମାଝୀ, ସମିତିସଭ୍ୟ ବେଣୁଧର ବାଗ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା ପ୍ରମୁଖ ସ୍ୱାଗତ ଜଣାଇଥିଲେ।

ଏହାପରେ ମନ୍ତ୍ରୀ ଓ ସାଂସଦ ସେଠାକାର ଆଦିବାସୀ ପରିବାରର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ମନ୍ତ୍ରୀ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଫିସର ଡା. ନିହାର ରଞ୍ଜନ ସାହୁ, ଜନସ୍ୱାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନ, ବିପିଏମ୍ ସୁରଜିତ ସିଂ କୁମାରଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଭବ୍ୟ ସ୍ୱାଗତ କରିଥିଲେ।
ଏହାପରେ ମନ୍ତ୍ରୀ ହସ୍ପିଟାଲ ଛକରେ ଥିବା ସାଧୁ ଚା’ ଦୋକାନରେ ସାଂସଦ ଓ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଚା ପିଇବା ସହିତ ସ୍ଥାନୀୟ ସମସ୍ୟା ସଂପର୍କରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ମନ୍ତ୍ରୀ ହରିହରପୁର ନିକଟସ୍ଥ ସାପୁଲକୁଚା ଡ୍ୟାମ୍  ରେ ଚାଲିଥିବା ମନରେଗା କାର୍ଯ୍ୟ ପରିଦର୍ଶନ କରିଥିଲେ।

ଏଥିରେ ପ୍ରଶାସନ ପକ୍ଷରୁ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ଏପିଓ ସଞ୍ଜୀବ କୁମାର ପରିଡା, କନିଷ୍ଠଯନ୍ତ୍ରୀ ସ୍ମିତା ବିଶ୍ୱାଳ, ଭୂଜନ ହାତୀ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱନାଥପୁର ମଡେଲ ଏକଲବ୍ୟ ସ୍କୁଲ ପରିଦର୍ଶନ କରିବା ପରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ଟାଙ୍ଗନକଣାଠାରେ ଚାଷ ହୋଇଥିବା ଲେମନଗ୍ରାସ ଏବଂ ବାନିଗାଁଠାରେ ପରିଚାଳିତ ମାତୃଶିଶୁ ପ୍ରଯତ୍ନ କେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ସେହିପରି ଲାଞ୍ଜିଗଡସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିଦର୍ଶନ କରିଥିବାବେଳେ ଏଥିରେ ପିଡି ଡିଆର୍ଡିଏ ସୋମେଶ କୁମାର ଉପାଧ୍ୟାୟ, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ, ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଜ୍ୟୋତିରାଣୀ ପାତ୍ର, ମିଶନଶକ୍ତିର ଡିପିସି ପ୍ରମିତ ପାଢୀ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ, ଲାଞ୍ଜିଗଡ଼ ଏବିଡିଓ ବିଭୂତିଭୂଷଣ ଶତପଥି, ବିପିସି ରାଜେଶ ମହାରଣା ପ୍ରମୁଖ ମନ୍ତ୍ରୀ ଏବଂ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷ ରାୟ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ପୂର୍ବତନ ମନ୍ତ୍ରୀ ହିମାସଂଶୁ ମେହେର, ବରିଷ୍ଠ ବିଜେଡି ନେତା ଅଜୟ ପାଣିଗ୍ରାହୀ, ଲାଞ୍ଜିଗଡ ବ୍ଲକ ବିଜେପି ପକ୍ଷରୁ ସାଂସଦଙ୍କ ରୋଗୀକଲ୍ୟାଣ ସମିତି ପ୍ରତିନିଧି ମଧୁସୂଦନ ବାଗ, ଶୁକ୍ରୁ ମାଝୀ, ତୁଳସୀ ମାଝୀ, ନରେନ୍ଦ୍ର ମାଝୀଙ୍କ ସମେତ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ ଦଳୀୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories