www.samajalive.in
Monday, December 8, 2025
13.1 C
Bhubaneswar

ଆଦର୍ଶ ବିଦ୍ୟାଳୟକୁ ନେଇ ଦ୍ଵନ୍ଦ୍ବରେ ଜିଲ୍ଲା ପ୍ରଶାସନ

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଟଣା ଓଟରା ଚାଲିଛି। ଏହି ବିଦ୍ୟାଳୟକୁ ନେଇ ସ୍ଥାନ ନିରୂପଣ କରାଯାଇ ଟେଣ୍ଡର ପ୍ରକ୍ରିୟା ସରିଛି। କାମ ମଧ୍ୟ କିଛି ଆରମ୍ଭ ହୋଇଯାଇଛି। କିନ୍ତୁ ଲହଣ୍ଡା ଗ୍ରାମରେ ଏହା ନିର୍ମାଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ କହିଥିଲେ ଓ ସେଥିପାଇଁ ଜମି ମଧ୍ୟ ଚିହ୍ନଟ କରାଯାଇଥିବା ଲହଣ୍ଡା ଗ୍ରାମବାସୀ କହନ୍ତି। ହେଲେ ପରବର୍ତ୍ତୀ ସମୟରେ ଏହି ଆଦର୍ଶ ବିଦ୍ୟାଳୟ ପାଇଁ ଅତାବିରା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ସର୍ବସାଧାରଣ ବୈଠକରେ ଭୋଇପୁରାଠାରେ ଏହାର ନିର୍ମାଣ ପାଇଁ ନିର୍ଣ୍ଣୟ ନିଆଯାଇଥିଲା। ଏହି ଅନୁରୂପେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏହାର ପ୍ରତିବାଦ କରି ଲହଣ୍ଡା ଗ୍ରାମବାସୀ ଜିଲ୍ଲାପାଳ ତଥା ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଅବଗତ କରିଥିଲେ। ତାହା ସତ୍ବେ ମଧ୍ୟ ଲହଣ୍ଡାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେଉ ନଥିବା ନେଇ ବ୍ଲକରେ ହେଉଥିବା ଜନ ଶୁଣାଣି କାର୍ଯ୍ୟକ୍ରମରେ ଉଭୟ ଗ୍ରାମବାସୀ ଅଭିଯୋଗ କରିଥିଲେ। ଉପସ୍ଥିତ ଉପ ଜିଲ୍ଲାପାଳ ଶୁଭେନ୍ଦୁ ସାମଲ ଉଭୟ ଗ୍ରାମବାସୀଙ୍କୁ ସାନ୍ତ୍ବନା ଦେଇ ଚାରି ଦିନ ଭିତରେ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯେଉଁ ଗ୍ରାମର ଜମି ଆଦର୍ଶ ବିଦ୍ୟାଳୟ ପାଇଁ ସରକାରଙ୍କ ବିଧିବଦ୍ଧ ନିୟମ ଅନୁସାରେ ଠିକ୍ ଥିବ, ସେହିଠାରେ ଏହି ବିଦ୍ୟାଳୟ ନିର୍ମାଣ ହେଵ । କିନ୍ତୁ ଗୋଟିଏ ମାସ ବିତିଗଲା ପରେ ମଧ୍ୟ ଏହା ଉପରେ କିଛି ପଦକ୍ଷେପ ନନେବା ଫଳରେ ଆଜି ଅତାବିରା ବ୍ଲକରେ ଉଭୟ ଗ୍ରାମବାସୀଙ୍କୁ ଡକାଇ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା। ଏହି ସଭାରେ ତହସିଲଦାର ସୌଭାଗ୍ୟ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ମଞ୍ଚାସୀନ ଥିଲେ । ଏଥିରେ ଲହଣ୍ଡା ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ କହିଥିଲେ। ନିର୍ମାଣ କାର୍ଯ୍ୟ ଯଦି ଆରମ୍ଭ ହୋଇ ଯାଇଛି ତେବେ କେଉଁ ଉଦ୍ଦେଶ୍ୟ ନେଇ ସେମାନଙ୍କୁ ଏହି ସଭାକୁ ଡକାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଏହାର କୌଣସି ଉତ୍ତର ଉପଜିଲ୍ଲାପାଳ ରଖିପାରି ନଥିଲେ । ଜିଲ୍ଲାପାଲଙ୍କ ସହ ଆଲୋଚନା ପରେ ସେ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଆଜି ମଧ୍ୟ ଏହାର କୌଣସି ନିଷ୍କର୍ସ ବାହାରି ପାରି ନଥିଲା । ତେବେ ଏହି ଆଦର୍ଶ ବିଦ୍ୟାଳୟ ଆଉ କେତେଦିନ ପରେ, କେତେ ସଭା ସମିତି ପରେ ନିର୍ମିତ ହୋଇପାରିବ ତାର କିଛି ସମ୍ଭାବନା ଦିଶୁନାହିଁ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories