www.samajalive.in
Sunday, December 14, 2025
26.1 C
Bhubaneswar

ବିଭିନ୍ନ ଗ୍ରାମରେ ବର୍ଣ୍ଣବୋଧ ବଣ୍ଟନ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ସବୁଜ ଭାରତ ସଂଗଠନ ପକ୍ଷରୁ ବ୍ଲକର କୁସୁମଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଭାଷା ସୁରକ୍ଷା ଓ ବିକାଶ ନିମନ୍ତେ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି। ଏହି ଅବସରରେ ରବିବାର ଦିନ ଉକ୍ତ ପଞ୍ଚାୟତର ତଳଚମ୍ପ, କୁଟିଙ୍ଗାଗୁଡା, ଛେଳିବେଡ଼ା, ଗାଦିଖାଲ, ବିରିଯୋଡି଼, କୁଚପାର, ପରଜାସିଲ୍ ଆଦି ଗାଁରେ ବିଭିନ୍ନ ସାହିରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଦୁଇ ଶହରୁ ଊର୍ଦ୍ଧ୍ବ ବର୍ଣ୍ଣବୋଧ ବହି ସହିତ ଖାତା, ପେନସିଲ ଓ ରବର ବଣ୍ଟାଯାଇଛି।

କାର୍ଯ୍ୟକ୍ରମରେ ସବୁଜ ଭାରତ ସଂଗଠନର ମୁଖ୍ୟ ଗୋପେଶ୍ଵର ଗରଡାଙ୍କ ସହିତ ପୁର୍ବତ୍ତନ ସାଂସଦ ଝିନ ହିକକା, ସରପଞ୍ଚ ଇନ୍ଦ୍ର ପାଞ୍ଜିଆହେମନ୍ତ ତୁରୁକ, ସୁବାସ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଂଗଠନର ମୁଖ୍ୟ ଶ୍ରୀ ଗରଡ଼ା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ ପରିବେଶ ସୁରକ୍ଷା ନିମନ୍ତେ ଚାରା ରୋପଣ ସହିତ ତା’ର ଯତ୍ନ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ବର୍ଷେରୁ ଊର୍ଦ୍ଧ୍ବ ହେବ ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ସହିତ ବିଭିନ୍ନ ବ୍ଲକ ଓ ପଡୋଶୀ ଜିଲାର ଅନେକ ଗାଁରେ ବର୍ଣ୍ଣବୋଧ ଓ ଖାତା ଆଦି ବଣ୍ଟନ କରୁଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories