www.samajalive.in
Sunday, December 7, 2025
13.1 C
Bhubaneswar

ଭାରତ ପରିଷ୍କାର ରହିଲେ ଫିଟ୍‍ ରହିବେ ଦେଶବାସୀ – ଅନୁରାଗ ଠାକୁର

ଡେସ୍କ: କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଭାରତ ପରିଷ୍କାର ରହିଲେ ଫିଟ୍‍ ରହିବେ ଦେଶବାସୀ ଓ ଦେଶ ଶକ୍ତିଶାଳୀ ହେବ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ ନେହେରୁ ଯୁବକେନ୍ଦ୍ରର ଖେଳାଳିମାନଙ୍କୁ ଲକ୍ଷ୍ନୌଠାରେ ଉଦବୋଧନ ଦେଲାବେଳେ ଶ୍ରୀ ଠାକୁର କହିଛନ୍ତି ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆମେ କ୍ରୀଡ଼ା, ସଂସ୍କୃତି ଓ ଫିଟ୍‍ ଭାରତ ଗଠନ କରିପାରିବା।

ସେ କହିଛନ୍ତି, ଖେଳାଳିମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଲକ୍ଷ୍ନୌର ହଜରତଗଞ୍ଜଠାରୁ ଫିଟ୍‍ ଇଣ୍ଡିଆ-କ୍ଲିନ୍‍ ଇଣ୍ଡିଆ ଦୌଡ଼କୁ ଶୁଭାରମ୍ଭ କରି ଶ୍ରୀ ଠାକୁର ଏହା କହିଛନ୍ତି। ନେହେରୁ ଯୁବକେନ୍ଦ୍ର ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଲକ୍ଷ୍ନୌର କେଡି ସିଂ ବାବୁ ଷ୍ଟାଡିୟମରେ ଆୟୋଜିତ ଏକ ଉତ୍ସବରେ ସେ ଅଂଶଗ୍ରହଣ କରିଥିଲେ। ପରିଷ୍କାର ପରିଚ୍ଛନ୍ନ ରଖିବାର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରି ଶ୍ରୀ ଠାକୁର କହିଛନ୍ତି ଏନ୍‍ଡିଏ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସଫେଇ ଅଭିଯାନ ଭାରତରେ ଅନେକ ପରିବର୍ତ୍ତନ ଆଣିଛି ଏବଂ ଲୋକମାନଙ୍କର ମନୋଭାବରେ ମଧ୍ୟ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories