www.samajalive.in
Saturday, December 13, 2025
23.1 C
Bhubaneswar

ସୁପର ଶକ୍ତି ପକ୍ଷରୁ ରାଜମିସ୍ତ୍ରୀ କର୍ମଶାଳା

ପାଟଣା: ଢେଙ୍କିକୋଟର ଏମଟି ଟ୍ରେଡର୍ସ ପକ୍ଷରୁ ଲୌହ ରଡ଼ ପ୍ରସ୍ତୁତ କାରି ସୁପର ଶକ୍ତି ଟିଏମଟି ସଂସ୍ଥା ସୌଜନରେ ଏକ ରାଜମିସ୍ତ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ. ଟି. ଟ୍ରେଡର୍ସର ସତ୍ଵାଧିକାରୀ ରାଜକିଶୋର ସାହୁ ଅଧ୍ୟକ୍ଷତା କରିଥିଲେ। କର୍ମଶାଳାରେ ଉପସ୍ଥିତ ୩୫ ଜଣ ପାଖାପାଖି ରାଜ ମିସ୍ତ୍ରୀ ଓ ସେମାନଙ୍କ ସହାୟକ ମାନଙ୍କୁ ସୁପର ଶକ୍ତିର ବରିଷ୍ଠ ବିକ୍ରୟ ଅଧିକାରୀ ସନ୍ତୋଷ ଓଝା, କନିଷ୍ଠ ବିକ୍ରୟ ଅଧିକାରୀ ସୋମ୍ୟ ରଞ୍ଜନ ମିଶ୍ର ଲୁହlରଡର ନିର୍ମାଣ ଶୈଳୀ, ଏହାର ନମନିୟତା ଓ କଠିନତା, ଦୀର୍ଘ ସ୍ଥାୟିତ୍ଵର ଉପାୟ ଆଦି ସବିଶେଷ ବୁଝାଇଥିଲେ। ସୁପର ଶକ୍ତି ଟିଏମଟିର ବିକ୍ରୟ ଅଧିକାରୀ ସନ୍ତୋଷ ଓଝା ସୁପର ଶକ୍ତି ଉତ୍ପାଦ କ୍ରୟ ଉପରେ ରାଜମିସ୍ତ୍ରୀମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ସମ୍ପର୍କରେ ସୂଚନା ଦେବା ସହ ୨୦୨୧- ୨୨ ଆର୍ଥିକ ବର୍ଷ ପାଇଁ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ପ୍ରହଲ୍ଲାଦ ପଲେଇ ଓ ଅନ୍ୟମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯକ୍ରମକୁ ଶଙ୍କର୍ଷଣ ସାହୁ ଓ ସଞ୍ଜୟ କୁମାର ସାହୁ ପରିଚାଳନା କରିଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories